Tuesday, March 17, 2026
25.4 C
Odisha

    ସମୁଦ୍ରରେ ସ୍ନାନ କରିବା ସମୟରେ ବୁଡ଼ି ଗଲେ ପର୍ଯ୍ୟଟକ, ଉଦ୍ଧାର କଲେ ଲାଇଫଗାର୍ଡ

    ଆଗକୁ ପଢନ୍ତୁ

    ପୁରୀ : ଟାଣି ନେଉଥିଲା ସମୁଦ୍ର, ଉଦ୍ଧାର କଲେ ଲାଇଫଗାର୍ଡ । ପୁଣି ପୁରୀ ସମୁଦ୍ରରେ ଅଘଟଣ । ସମୁଦ୍ରରେ ସ୍ନାନ କରିବା ସମୟରେ ବୁଡ଼ି ଗଲେ ପର୍ଯ୍ୟଟକ। ଉଚ୍ଚ ଲହଡି ଓ ରିପ୍ କରେଣ୍ଟ ଯୋଗୁଁ ଗଭୀର ସମୁଦ୍ର ଭିତରକୁ ଭାସି ଯାଉଥିବା ଜଣେ ପର୍ଯ୍ୟଟକଙ୍କୁ ଉଦ୍ଧାର କରିଛନ୍ତି ଲାଇଫଗାର୍ଡ।

    ଉଦ୍ଧାର ପର୍ଯ୍ୟଟକ ହେଉଛନ୍ତି ପଶ୍ଚିମବଙ୍ଗର ପ୍ରିୟବ୍ରତ ଦାସ । ଆଜି ପରିବାର ସହ ପ୍ରିୟବ୍ରତ ପୁରୀ ବୁଲିବାକୁ ଆସିଥିବା ବେଳେ ସମୁଦ୍ରରେ ସ୍ନାନ କରିବା ସମୟରେ ରିପ୍ କରେଣ୍ଟ ଯୋଗୁଁ ଗଭୀର ସମୁଦ୍ର ଭିତରକୁ ଚାଲିଯାଇଥିଲେ। ସେଠାରେ ଉପସ୍ଥିତ ଲାଇଫ୍ ଗାର୍ଡ ଗଭୀର ସମୁଦ୍ର ଭିତରୁ ଯାଇ ତାଙ୍କୁ ଉଦ୍ଧାର କରିଥିଲେ। ସମୁଦ୍ର କୂଳ ସେକ୍ଟର ୧୨ ହୋଟେଲ୍ ବଙ୍ଗଲକ୍ଷ୍ମୀ ସମ୍ମୁଖ ବେଳାଭୂମିରେ ଘଟିଛି ଅଘଟଣ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.4 ° C
    25.4 °
    25.4 °
    41 %
    2kmh
    100 %
    Mon
    24 °
    Tue
    36 °
    Wed
    36 °
    Thu
    35 °
    Fri
    34 °

    ସମ୍ବନ୍ଧିତ