Saturday, August 9, 2025
24 C
Odisha

    ସମ୍ବଲପୁର ବିଶ୍ୱବିଦ୍ୟାଳୟର ଯୁଗାନ୍ତକାରୀ ଉଦ୍ଭାବନ, ଏଣିକି ଛେପରୁ ଜାଣିପାରିବେ ଭବିଷ୍ୟତରେ ହେବ କେଉଁ ରୋଗ

    ଆଗକୁ ପଢନ୍ତୁ

    ସମ୍ବଲପୁର : ଛେପରୁ ଜଣାପଡ଼ିବ ଭବିଷ୍ୟତରେ ହେବାକୁ ଥିବା ରୋଗ ବିଷୟରେ । ଦର୍ଶକବନ୍ଧୁ ଏ ଉଦ୍ଭାବନ କୌଣସି ବାହାର ଦେଶ କିମ୍ବା ଦିଲ୍ଲୀ ମୁମ୍ବାଇରେ ନୁହେଁ ବରଂ ଖୋଦ ଆମ ଓଡ଼ିଶାର ସମ୍ବଲପୁରରେ ପ୍ରସ୍ତୁତ ହୋଇଛି । ଏଣିକି ଆପଣଙ୍କୁ ଭବିଷ୍ୟତରେ କେଉଁ ରୋଗ ହେବାର ସମ୍ଭାବନା ରହିଛି ତାହା ଆଗୁଆ ଜାଣିପାରିବେ ଲୋକେ । କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏକଦମ୍ ବାସ୍ତବ । ଏପରି ଏକ କିଟ୍ ତିଆରି ହୋଇଛି ଯେଉଁଥିରେ ଛେପ ଟେଷ୍ଟ କରି ଭବିଷ୍ୟତରେ ଆପଣଙ୍କୁ କେଉଁ ରୋଗ ହେବ ତାହା ଲୋକେ ଜାଣିପାରିବେ ।

    ସମ୍ବଲପୁର ବିଶ୍ବବିଦ୍ୟାଳୟ ବାୟୋ ଟେକ୍ନୋଲୋଜି ବିଭାଗର ବଡ ଉଦ୍ଭାବନ । ଏଣିକି ନିଜ ଛେପରୁ ଜାଣି ହେବ ଭବିଷ୍ୟତରେ ହେବାକୁ ଥିବା ରୋଗ ବିଷୟରେ । ଏନେଇ ଏକ ଡିଏନଏ କିଟ୍ ଉଦ୍ଭାବନ କରିଛି ବାୟୋ ଟେକ୍ନୋଲୋଜି ବିଭାଗ । ଏହା ସହ ଆଗକୁ ୫ ରୁ ୧୦ ବର୍ଷ ଭିତରେ କ’ଣ ରୋଗ ହୋଇପାରେ ସେନେଇ ଏହି କିଟ୍ କହି ପାରିବ । କିଟ୍ ରେ ଛେପ ଦେଇ ଲୋକେ ପଠାଇଲେ ତାକୁ ପ୍ରଥମେ ମୁମ୍ବାଇ ପଠାଯିବା । ଯାହାପରେ ଆପଣଙ୍କର କେଉଁ ସ୍ନାୟୁ ଦୁର୍ବଳ ଅଛି, କେଉଁ ହରମୋନ ବୃଦ୍ଧି ପାଉଛି ସବୁର ତଥ୍ୟ ଦେବ ଏହି କିଟ୍ ।

    ଯାହା ଚିକିତ୍ସା ବିଜ୍ଞାନରେ ଏକ ବଡ ଉଦ୍ଭାବନ ବୋଲି ସାବ୍ୟସ୍ତ ହେବ ନିଶ୍ଚୟ । ଓ୍ବିନ ଡିଏନଏ ନାମକ ଏକ ବ୍ରାଣ୍ଡ ନାଁରେ ଏହି କିଟ୍ କୁ ବଜାରରେ ଛାଡିଛି ବିଭାଗ । ଏପର୍ଯ୍ୟନ୍ତ ୪୦୦ ଲୋକଙ୍କ ଥୁକ୍ କିଟ୍ ମାଧ୍ୟମରେ ସଂଗ୍ରହ ହୋଇ ମୁମ୍ବାଇ ପଠାସରିଲାଣି । ଏହା ଦ୍ୱାରା କେବଳ ରୋଗ ଚିହ୍ନଟ ହେବ ତା ନୁହେଁ ବରଂ ସେହି ରୋଗ ସମ୍ବନ୍ଧୀୟ ଔଷଧ ମଧ୍ୟ ପ୍ରଦାନ କରାଯିବ । ସମ୍ବଲପୁରରୁ ଆରମ୍ଭ ହୋଇଥିବା ଏହି ନୂଆ ଅଭିଯାନ ଆଗକୁ ସ୍ୱାସ୍ଥ୍ୟ ସେବାରେ ପ୍ରତିରୋଧାତ୍ମକ ସ୍ୱାସ୍ଥ୍ୟସେବା ପ୍ରତି ଏକ ଅଗ୍ରଗାମୀ ପଦକ୍ଷେପ ।

    ସମ୍ବଲପୁର ବିଶ୍ୱବିଦ୍ୟାଳୟର Biotechnology ଓ Bioinformatics ବିଭାଗ ସହ ଯୁଗ୍ମ ଭାବେ ଉଦ୍ଭାବିତ WinDNA Life Sciences ଏକ ନୂଆ ଓ ଶସ୍ତା ସୁନ୍ଦର ଆଧାରିତ ଡିଏନଏ ଟେଷ୍ଟ ରାଜ୍ୟରେ ଆରମ୍ଭ କରିଛି । ଯାହା ହୃଦ୍‌ରୋଗ, ଚିରକାଳୀନ କିଡନି ରୋଗ, ଡାଏବେଟିସ୍, କ୍ୟାନ୍‌ସର ଓ ସିକଲ୍‌ ସେଲ୍ ଏନିମିଆ ପରି ଦୀର୍ଘକାଳୀନ ଜୀବନଶୈଳୀ ଭିତ୍ତିକ ରୋଗର ପୂର୍ବାନୁମାନ ଓ ପ୍ରତିରୋଧ କରିପାରିବ । ତେବେ ଏହି କିଟ୍ ରୋଗ ସମ୍ବନ୍ଧୀୟ ଆଗୁଆ ସୂଚନା ପାଇଁ ଚିକିତ୍ସା ବିଜ୍ଞାନରେ ଏକ ବରଦାନ ସାବ୍ୟସ୍ତ ହେବାକୁ ଯାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24 ° C
    24 °
    24 °
    87 %
    0.6kmh
    100 %
    Fri
    24 °
    Sat
    27 °
    Sun
    32 °
    Mon
    31 °
    Tue
    32 °

    ସମ୍ବନ୍ଧିତ