Friday, April 3, 2026
39 C
Odisha

    ସମ୍ବଲପୁର ୨ ରେଳ କର୍ମଚାରୀ ପୁରସ୍କୃତ

    ଆଗକୁ ପଢନ୍ତୁ

    ସମ୍ବଲପୁର : ପୁର୍ବତଟ ରେଳପଥ ଅନ୍ତର୍ଗତ ସମ୍ବଲପୁର ରେଳ ମଣ୍ଡଳରେ ଉତ୍କୃଷ୍ଟ ସେବା ପାଇଁ ୨ ଜଣ ରେଳ କର୍ମଚାରୀଙ୍କୁ ପୁରସ୍କୃତ କରାଯାଇଛି। ସମ୍ବଲପୁର ରେଳ ମଣ୍ଡଳ ଅନ୍ତର୍ଗତ ଜରପଡ଼ା ଠାରେ କାର୍ଯ୍ୟରତ ଟ୍ରାକ ମ୍ୟାନ୍ଟେନର ଗୌତମ ମାଝୀ ଏବଂ ସମ୍ବଲପୁର ସିଟି ଷ୍ଟେସନରେ କାର୍ଯ୍ୟରତ ଗୁଡସ ଟ୍ରେନ ମ୍ୟାନେଜର ଏ. କେ. ସାହୁଙ୍କୁ ନିରାପତ୍ତା ପ୍ରତି ସଜାଗ, ସୁରକ୍ଷିତ ରେଳ ଚଳାଚଳ ପ୍ରତି କର୍ତ୍ତବ୍ୟ ନିଷ୍ଠା ଓ ନିରାପତ୍ତା ନିୟମ ଉପରେ ଭଲ ଦଖଲ ପାଇଁ ପୁରସ୍କୃତ କରାଯାଇଛି। ସେମାନଙ୍କ କର୍ତ୍ତବ୍ୟ ପ୍ରତି ନିଷ୍ଠା ଓ ସମର୍ପଣ ମାନ୍ୟତା ସ୍ୱରୂପ ମଣ୍ଡଳ ରେଳ ପ୍ରବନ୍ଧକ ସୁଭାଷ ଚନ୍ଦ୍ର ଚୌଧୁରୀ ସେମାନଙ୍କୁ ପ୍ରମାଣ ପତ୍ର ସହିତ ନଗଦ ରାଶି ଦେଇ ସମ୍ମାନୀତ କରିଛନ୍ତି। ଏହି ଅବସରରେ ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ ମନଜୀତ ସିଂ ସନସନୱାଲ, ତତ୍ୱଦର୍ଶି ସାହୁ, ଅଖିଳେଶ ତ୍ରିପାଠୀ, ସମ୍ବିତ ସୌରଭ ନାୟକଙ୍କ ସମେତ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39 ° C
    39 °
    39 °
    18 %
    4.1kmh
    1 %
    Fri
    40 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ