Monday, March 23, 2026
24.7 C
Odisha

    ସମ୍ରେ ପାର୍କିନ୍ସନ୍ ରୋଗ ବିଷୟରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

    ଆଗକୁ ପଢନ୍ତୁ

    ପାର୍କିନ୍ସନ୍ ସମସ୍ୟା ଏକ ବୟସ ଜନିତ ବ୍ୟାଧି। ଏହା ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଯୋଗୁଁ ଜଟିଳ ସମସ୍ୟାରେ ପରିଣତ ହୋଇଛି। ତେବେ ଉତମ ଜୀବନଶୈଳୀ ଆପଣାଇବା ଦ୍ୱାରା ଏହି ସମସ୍ୟାକୁ ଦୂର କରିହେବ ବୋଲି ବିଶିଷ୍ଟ ସ୍ନାୟୁଶଲ୍ୟ ବିଶେଷଜ୍ଞ ପ୍ରଫେସର ଅଶୋକ କୁମାର ମହାପାତ୍ର କହିଛନ୍ତି। ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ନ୍ୟୁରୋଲୋଜି ବିଭାଗ ପକ୍ଷରୁ ବିଶ୍ୱ ପାର୍କିନ୍ସନ୍ ଦିବସ ପରିପ୍ରେକ୍ଷୀରେ ମଙ୍ଗଳବାର ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ଯୋଗ ଦେଇ ସୋଆର ପ୍ରମୁଖ ଉପଦେଷ୍ଟା (ସ୍ୱାସ୍ଥ୍ୟ ବିଜ୍ଞାନ) ଭାବେ କାର୍ଯ୍ୟରତ ପ୍ରଫେସର ମହାପାତ୍ର କହିଛନ୍ତି ଯେ ମସ୍ତିଷ୍କରେ ଡୋପାମାଇନ୍ ହର୍ମୋନ୍ର ଅଭାବ ଦେଖାଦେଲେ ଏହି ସମସ୍ୟା ଉପୁଜିଥାଏ। ଡୋପାମାଇନ୍ ଦ୍ୱାରା ମଣିଷର ସ୍ମରଣ ଶକ୍ତି, ନିଦ, ଏକାଗ୍ରତା ଓ ମାନସିକ ଆବେଗ ସମେତ ଶରୀରର ଅନ୍ୟାନ୍ୟ କାର୍ଯ୍ୟ ନିୟନ୍ତ୍ରଣ ହୋଇଥାଏ। ତେବେ ବୟସ ବଢ଼ିବା ପରେ ପାର୍କିନ୍ସନ୍ ସମସ୍ୟା ଦେଖାଦେଇଥାଏ।
    ତେବେ ଉତମ ଜୀବନ ଶୈଳୀ, ଶାରୀରିକ ବ୍ୟାୟାମ ଏବଂ ସୁଷମ ଖାଦ୍ୟ ଗ୍ରହଣ ଦ୍ୱାରା ଏହି ସମସ୍ୟାର ସମାଧାନ କରିହେବ ବୋଲି ସେ କହିଛନ୍ତି।
    ଏହି ଅବସରରେ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର ଯୋଗ ଦେଇ ପାର୍କିନ୍ସନ୍ ସମସ୍ୟାର ଚିକିତ୍ସା ନିମନ୍ତେ ଉଭୟ ନ୍ୟୁରୋଲୋଜି ବିଭାଗ ଓ ମାନସିକ ରୋଗ ବିଭାଗର ସହଯୋଗ ଦରକାର ବୋଲି କହିଥିଲେ। ପାର୍କିନ୍ସନ୍ ସମସ୍ୟାକୁ ଦୂର କରିବା ନିମନ୍ତେ ସଚେତନତାର ଅଧିକ ଆବଶ୍ୟକତା ରହିଛି ବୋଲି ପ୍ରଫେସର ସାମନ୍ତସିଂହାର କହିଥିଲେ।
    କାର୍ଯ୍ୟକ୍ରମରେ ହାଇଦ୍ରାବାଦ ସ୍ଥିତ ଏମ୍ସର ନ୍ୟୁରୋଲୋଜି ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ନୀରଜ କୁମାର ଯୋଗ ଦେଇ ପାର୍କିନ୍ସନ୍ ସମସ୍ୟାର ଉପଯୁକ୍ତ ଚିକିତ୍ସା ପଦ୍ଧତି ସମ୍ପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ। ସମ୍ ହସ୍ପିଟାଲର ନ୍ୟୁରୋଲୋଜି ବିଭାଗର ଆସୋସିଏଟ୍ ପ୍ରଫେସର (ଡାକ୍ତର) ଶ୍ରୀମନ୍ତ ପଟ୍ଟନାୟକ ପାର୍କିନ୍ସନ୍ର ଚିକିତ୍ସା ନିମନ୍ତେ ଉତମ ଜୀବନଶୈଳୀ ଉପରେ ଗୁରୁତ୍ୱ ଦେଇଥିଲେ। କାର୍ଯ୍ୟକ୍ରମକୁ ନ୍ୟୁରୋଲୋଜି ବିଭାଗର ଆସୋସିଏଟ୍ ପ୍ରଫେସର ଡାକ୍ତର ଲୁଲୁପ୍ କୁମାର ସାହୁ ପରିଚାଳନା କରି କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ହସ୍ପିଟାଲ ପକ୍ଷରୁ ଏକ ସଚେତନତା ୱାକାଥନ୍ର ଆୟୋଜନ କରାଯାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    24.7 ° C
    24.7 °
    24.7 °
    35 %
    1.5kmh
    76 %
    Mon
    25 °
    Tue
    36 °
    Wed
    38 °
    Thu
    39 °
    Fri
    39 °

    ସମ୍ବନ୍ଧିତ