Monday, December 23, 2024
18.6 C
Odisha

    ସମ୍ ଆନୁକୂଲ୍ୟରେ ଦୁଇ ଦିନିଆ ଆଭା ଆଇଡି ପଞ୍ଜିକରଣ କାର୍ଯ୍ୟକ୍ରମ ଆୟୋଜନ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ୩୦/୦୭: ଆସନ୍ତା ଜୁଲାଇ ୩୧ ଓ ଅଗଷ୍ଟ ୧ ତାରିଖରେ ଜଟଣୀ ବ୍ଲକ ଅଧିନସ୍ଥ ଅରିସଲ ଓ ମଦନପୁର୍ ପଂଚାୟତରେ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟସେବା ଯୋଜନା ନିମନ୍ତେ ୨ ଦିନ ଧରି ଏକ ହେଲ୍‌ଥ ସର୍ଭେ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଏହି ସର୍ଭେ କାର୍ଯ୍ୟ ଅରିସଲ ପଂଚାୟତର ରାଜ କିଶୋର ବିଦ୍ୟାପୀଠ ଓ ମଦନପୁର ପଂଚାୟତର କ୍ଲବ ଗୃହ ପ୍ରାଙ୍ଗଣରେ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ସମ୍ ହସ୍ପିଟାଲର ଭେଷଜ, ଶିଶୁ, ଚକ୍ଷୁ, ଚର୍ମ ଦନ୍ତ ବିଭାଗର ବିଶେଷଜ୍ଞମାନେ ଉପସ୍ଥିତ ରହି ରୋଗୀମାନଙ୍କର ମାଗଣା ପରୀକ୍ଷା ଓ ଚିକିତ୍ସା ସହିତ ଔଷଧ ମଧ୍ୟ ବିତରଣ କରିବେ ।
    ଏଣୁ ଏହି ଅଂଚଳର ସମସ୍ତ ବାସିନ୍ଦାମାନଙ୍କୁ ଅନୁରୋଧ କରାଯାଉଛି ନିଜ ନିଜର ଆଧାର କାର୍ଡ ସହିତ ଉକ୍ତ ସର୍ଭେ କାର୍ଯ୍ୟରେ ଉପସ୍ଥିତ ରହି ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟସେବା ସୁବିଧା (ଆଭା) ଆଇଡି ମାଧ୍ୟମରେ ବିନା ମୂଲ୍ୟରେ ସେମାନଙ୍କ ନାମ ପଞ୍ଜିକୃତ କରିପାରିବେ । ଏଣୁ ଅନୁରୋଧ କରାଯାଉଛି ଉକ୍ତ ପଞ୍ଜିକରଣ ଶିବିରରେ ସ୍ଥାନୀୟ ବାସିନ୍ଦାମାନେ ବହୁସଂଖ୍ୟାରେ ଯୋଗଦାନ କରି ନିଜ ନିଜର ପଞ୍ଜିକୃତ କରାଇବା ସହିତ ସ୍ୱାସ୍ଥ୍ୟଗତ ସମସ୍ୟାର ପରାମର୍ଶ କରାଇ ପାରିବେ ।
    ବିଶେଷ ସୂଚନା ପାଇଁ ମୋବାଇଲ ନମ୍ବର ୭୯୭୮୮୬୯୪୨୮ ସହ ଯୋଗାଯୋଗ କରିପାରିବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    18.6 ° C
    18.6 °
    18.6 °
    85 %
    1.8kmh
    26 %
    Mon
    18 °
    Tue
    27 °
    Wed
    28 °
    Thu
    29 °
    Fri
    30 °

    ସମ୍ବନ୍ଧିତ