Tuesday, March 24, 2026
21.6 C
Odisha

    ସମ୍ ଫୁଲନଖରା କ୍ୟାମ୍ପସ୍‌ରେ ସଫଳ ଅତ୍ୟାଧୁନିକ ଏଣ୍ଡୋସ୍କୋପିକ୍ ସର୍ଜରୀ

    ଆଗକୁ ପଢନ୍ତୁ

    ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଫୁଲନଖରା କ୍ୟାମ୍ପସ୍‌ରେ ଏକ ଡାକ୍ତରୀ ଟିମ୍ ଅତ୍ୟାଧୁନିକ ଏଣ୍ଡୋସ୍କୋପିକ୍ ଏଣ୍ଡୋନାଜାଲ ପ୍ରକ୍ରିୟା ପ୍ରୟୋଗ କରି ଜଣେ ୧୬ ବର୍ଷୀୟ ବାଳକର ନାକରୁ ଭାସ୍କୁଲାର ଟ୍ୟୁମର ବାହାର କରିବାରେ ସଫଳ ହୋଇଛନ୍ତି ।
    ବାଳକଟିର ନାକରେ ଏହି ଭାସ୍କୁଲାର ଟ୍ୟୁମର ସୃଷ୍ଟି ହୋଇ ତା’ର ସ୍କଲ ବେସ୍ ପର୍ଯ୍ୟନ୍ତ ଲାଗି ରହିଥିଲା ଯାହାକୁ କି ଜୁଭେନାଇଲ୍ ନାସୋଫାରିନ୍‌ଜିଆଲ ଆନ୍‌ଜିଓଫାଇବ୍ରୋମା କୁହାଯାଏ ବୋଲି ଏହି ଅସ୍ତ୍ରୋପଚାରର ନେତ୍ୱତ୍ୱ ନେଇଥିବା ହସ୍ପିଟାଲ୍‌ର ଇଏନ୍‌ଟି ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ଖଗେଶ୍ୱର ରାଉତ କହିଛନ୍ତି ।
    ରୋଗୀଟି ଖୁବ୍ କମ୍ ବୟସର ଥିବା ବେଳେ ଖୋଲା ଅସ୍ତ୍ରୋପଚାର ଦ୍ୱାରା ତା’ର ମୁହଁରେ ଦାଗ ରହିବା ସହ ବିକୃତ ହେବାର ମଧ୍ୟ ସମ୍ଭାବନା ରହିଥିଲା । ତେଣୁ ଏଣ୍ଡୋସ୍କୋପିକ୍ ଏଣ୍ଡୋନାଜାଲ ପ୍ରକିୟା ମାଧ୍ୟମରେ ମିନିମାଲି ଇନ୍‌ଭେସିଭ ଟେକ୍ନିକ୍ ଦ୍ୱାରା ଅତ୍ୟାଧୁନିକ ଯନ୍ତ୍ରପାତି ବ୍ୟବହାର କରି ଏହି ଅସ୍ତ୍ରୋପଚାର କରାଯାଇଥିଲା ବୋଲି ସେ କହିଛନ୍ତି ।
    ଅସ୍ତ୍ରୋପଚାର ପରେ ରୋଗୀ ସୁସ୍ଥ ଥିଲା ବେଳେ ଏହାର ପର ଦିନ ଠାରୁ ହିଁ ବିନା ସମସ୍ୟାରେ ସେ ତା’ର ଦୈନନ୍ଦିନ କାର୍ଯ୍ୟ କରିପାରୁଛି ବୋଲି ପ୍ରଫେସର ରାଉତ କହିବା ସହ ତା’ର ପରିବାର ବର୍ଗ ଖୁବ୍ ଖୁସି ଅଛନ୍ତି ଏବଂ ଅସ୍ତ୍ରୋପଚାର କରିଥିବା ଡାକ୍ତରୀ ଟିମ୍‌କୁ ଧନ୍ୟବାଦ ଜଣାଇଛନ୍ତି ବୋଲି ପ୍ରକାଶ କରିଥିଲେ। ଏହି ଅସ୍ତ୍ରୋପଚାର ଟିମ୍‌ରେ ପ୍ରଫେସର ରାଉତଙ୍କ ବ୍ୟତୀତ ଆସିଷ୍ଟାଂଟ ପ୍ରଫେସର (ଡାକ୍ତର) ବିବେକାନନ୍ଦ ଆଚାର୍ଯ୍ୟ ଏବଂ ସିନିୟର ରେସିଡେଂଟ ଡାକ୍ତର ସୁବ୍ରତ ଚନ୍ଦନ ପ୍ରଧାନ ଓ ଡାକ୍ତର ରାକେଶ ଗିରି ସାମିଲ ଥିଲେ । ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଫୁଲନଖରା କ୍ୟାମ୍ପସ୍‌ର ଡିନ୍ ପ୍ରଫେସର (ଡାକ୍ତର)ଅରକ୍ଷିତ ସ୍ୱାଇଁ ଓ ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ରାଜେଶ କୁମାର ଲେଙ୍କା ଅସ୍ତ୍ରୋପଚାର ନିମନ୍ତେ ସମସ୍ତ ସହଯୋଗ କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.6 ° C
    21.6 °
    21.6 °
    53 %
    1.2kmh
    0 %
    Tue
    35 °
    Wed
    37 °
    Thu
    38 °
    Fri
    40 °
    Sat
    37 °

    ସମ୍ବନ୍ଧିତ