Wednesday, September 10, 2025
28.2 C
Odisha

    ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା: କାରଣ ଅସ୍ପଷ୍ଟ, ପୂର୍ବ ଶତ୍ରୁତା ଅନୁମାନ

    ଆଗକୁ ପଢନ୍ତୁ

    ସୁବର୍ଣ୍ଣପୁର : ରାମପୁର ଥାନା ଗଜବନ୍ଧ ପଞ୍ଚାୟତର ସରପଞ୍ଚଙ୍କ ସ୍ଵାମୀ ବଲ୍ଲଭ ଖେତିଙ୍କୁ ହତ୍ୟା କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ବଲ୍ଲଭ ଘରକୁ ଫେରୁଥିବାବେଳେ ପଣ୍ଡରାପାଲି ଗ୍ରାମ ନିକଟରେ ତାଙ୍କୁ କିଛି ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

    ଖବର ପାଇ ପୁଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହା ସହିତ ଏକ ପୁଲିସ ଟିମ ଘଟଣାସ୍ଥଳକୁ ଯାଇ ତଦନ୍ତ କରୁଛି । ଦୁର୍ବୃତ୍ତମାନେ ବଲ୍ଲଭଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଛନ୍ତି । ହତ୍ୟାର କାରଣ ସ୍ପଷ୍ଟ ହୋଇ ନ ଥିଲେ ହେଁ, ପୂର୍ବ ଶତ୍ରୁତାରୁ ଏହା ଘଟିଥିବା ଅନୁମାନ କରାଯାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    28.2 ° C
    28.2 °
    28.2 °
    80 %
    0.9kmh
    51 %
    Wed
    27 °
    Thu
    31 °
    Fri
    32 °
    Sat
    30 °
    Sun
    32 °

    ସମ୍ବନ୍ଧିତ