Thursday, December 4, 2025
19.6 C
Odisha

    ସରିଲା ଐତିହାସିକ କଟକ ବାଲିଯାତ୍ରା: ଶ୍ରେୟା ଘୋଷାଲଙ୍କ କାର୍ଯ୍ୟକ୍ରମ ବେଳେ ଅବ୍ୟବସ୍ଥା, ୫ ଜଣ ଆହତ

    ଆଗକୁ ପଢନ୍ତୁ

    କଟକ : ଅଘଟଣରେ ସରିଲା ଐତିହାସିକ କଟକ ବାଲିଯାତ୍ରା । ସମାପନୀ ଉତ୍ସବରେ ବଲିଉଡ୍ ପ୍ରଚ୍ଛଦପଟ୍ଟ ଗାୟିକା ଶ୍ରେୟା ଘୋଷାଲଙ୍କ ବୈଷ୍ଣବ ପାଣି ମଞ୍ଚରେ ଥିବା ଲାଇଭ୍ କାର୍ଯ୍ୟକ୍ରମ ଅବ୍ୟବସ୍ଥାରେ ପରିଣତ ହୋଇଥିଲା । ନାହିଁ ନଥିବା ଭିଡ଼ରୁ ଠେଲାପେଲା ଦଳଚକଟା ଭଳି ସ୍ଥିତି ଉପୁଜିଥିଲା । ବ୍ୟାରିକେଡ଼ ନିକଟରେ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା । ଫଳରେ ଦଳାଚକଟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା ।

    ଦଳାଚକଟା ଭଳି ପରିସ୍ଥିତି ଯୋଗୁଁ ୫ ଜଣ ଆହତ ହୋଇଥିଲେ। ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସକୁ କିଛି ସ୍ଥାନରେ ବଳ ପ୍ରୟୋଗ କରିବାକୁ ପଡିଥିଲା । ଦୁଇଟି ଜାଗାରେ ଲୋକେ ବ୍ୟାରିକେଡ଼ ଭାଙ୍ଗି ଦେଇଥିଲେ । ସମସ୍ତେ ମଞ୍ଚର ନିକଟତର ହେବା ପାଇଁ ଚେଷ୍ଟା କରିଥିଲେ । ଭିଡ଼ ଭିତରେ ଠେଲାପେଲା ପାଇଁ ୩ ଜଣ ଅଚେତ୍ ହୋଇ ପଡିଥିଲେ । ସେମାନଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଏସସିବି ମେଡିକାଲ ସ୍ଥାନାନ୍ତର କରାଯାଇଥିଲା । ଭିଡ ବହୁତ ଅଧିକ ହେବାରୁ ସାମାନ୍ୟ ଅସୁବିଧା ହୋଇଥିବା ପୋଲିସ କମିଶନର କହିଛନ୍ତି । ତେବେ ସାଧାରଣ ଲୋକ ଏହି ବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ଭବିଷ୍ୟତରେ ଏପରି ଅଧିକ ଭିଡ଼ ହେଉଥିବା ଉତ୍ସବରେ ଅଘଟଣର ପୁନରାବୃତ୍ତିକୁ ରୋକିବା ପାଇଁ କର୍ତ୍ତୃପକ୍ଷ CCTV ଫୁଟେଜ୍ ସମୀକ୍ଷା କରୁଛନ୍ତି । ବାଲିଯାତ୍ରା ଅନ୍ତିମ ସଂଧ୍ୟାରେ ୨୦୨୫ରେ ପୁରୀ ରଥଯାତ୍ରା ଅଘଟଣ ଭଳି ଦଳାଚକଟା ସ୍ଥିତି ଉତ୍ପନ୍ନ ହୋଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    19.6 ° C
    19.6 °
    19.6 °
    57 %
    1.2kmh
    70 %
    Thu
    20 °
    Fri
    27 °
    Sat
    26 °
    Sun
    26 °
    Mon
    27 °

    ସମ୍ବନ୍ଧିତ