Tuesday, April 7, 2026
26.1 C
Odisha

    ସରିଲା ଐତିହାସିକ କଟକ ବାଲିଯାତ୍ରା: ଶ୍ରେୟା ଘୋଷାଲଙ୍କ କାର୍ଯ୍ୟକ୍ରମ ବେଳେ ଅବ୍ୟବସ୍ଥା, ୫ ଜଣ ଆହତ

    ଆଗକୁ ପଢନ୍ତୁ

    କଟକ : ଅଘଟଣରେ ସରିଲା ଐତିହାସିକ କଟକ ବାଲିଯାତ୍ରା । ସମାପନୀ ଉତ୍ସବରେ ବଲିଉଡ୍ ପ୍ରଚ୍ଛଦପଟ୍ଟ ଗାୟିକା ଶ୍ରେୟା ଘୋଷାଲଙ୍କ ବୈଷ୍ଣବ ପାଣି ମଞ୍ଚରେ ଥିବା ଲାଇଭ୍ କାର୍ଯ୍ୟକ୍ରମ ଅବ୍ୟବସ୍ଥାରେ ପରିଣତ ହୋଇଥିଲା । ନାହିଁ ନଥିବା ଭିଡ଼ରୁ ଠେଲାପେଲା ଦଳଚକଟା ଭଳି ସ୍ଥିତି ଉପୁଜିଥିଲା । ବ୍ୟାରିକେଡ଼ ନିକଟରେ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା । ଫଳରେ ଦଳାଚକଟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା ।

    ଦଳାଚକଟା ଭଳି ପରିସ୍ଥିତି ଯୋଗୁଁ ୫ ଜଣ ଆହତ ହୋଇଥିଲେ। ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସକୁ କିଛି ସ୍ଥାନରେ ବଳ ପ୍ରୟୋଗ କରିବାକୁ ପଡିଥିଲା । ଦୁଇଟି ଜାଗାରେ ଲୋକେ ବ୍ୟାରିକେଡ଼ ଭାଙ୍ଗି ଦେଇଥିଲେ । ସମସ୍ତେ ମଞ୍ଚର ନିକଟତର ହେବା ପାଇଁ ଚେଷ୍ଟା କରିଥିଲେ । ଭିଡ଼ ଭିତରେ ଠେଲାପେଲା ପାଇଁ ୩ ଜଣ ଅଚେତ୍ ହୋଇ ପଡିଥିଲେ । ସେମାନଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଏସସିବି ମେଡିକାଲ ସ୍ଥାନାନ୍ତର କରାଯାଇଥିଲା । ଭିଡ ବହୁତ ଅଧିକ ହେବାରୁ ସାମାନ୍ୟ ଅସୁବିଧା ହୋଇଥିବା ପୋଲିସ କମିଶନର କହିଛନ୍ତି । ତେବେ ସାଧାରଣ ଲୋକ ଏହି ବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ଭବିଷ୍ୟତରେ ଏପରି ଅଧିକ ଭିଡ଼ ହେଉଥିବା ଉତ୍ସବରେ ଅଘଟଣର ପୁନରାବୃତ୍ତିକୁ ରୋକିବା ପାଇଁ କର୍ତ୍ତୃପକ୍ଷ CCTV ଫୁଟେଜ୍ ସମୀକ୍ଷା କରୁଛନ୍ତି । ବାଲିଯାତ୍ରା ଅନ୍ତିମ ସଂଧ୍ୟାରେ ୨୦୨୫ରେ ପୁରୀ ରଥଯାତ୍ରା ଅଘଟଣ ଭଳି ଦଳାଚକଟା ସ୍ଥିତି ଉତ୍ପନ୍ନ ହୋଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    26.1 ° C
    26.1 °
    26.1 °
    59 %
    3.2kmh
    82 %
    Tue
    31 °
    Wed
    39 °
    Thu
    37 °
    Fri
    39 °
    Sat
    39 °

    ସମ୍ବନ୍ଧିତ