Sunday, October 11, 2026
22.8 C
Odisha

    କୂଳ ଲଙ୍ଘୁଛି ସମୁଦ୍ର, ବିପଦରେ ସମୁଦ୍ର କୂଳିଆ ଗାଁ

    ଆଗକୁ ପଢନ୍ତୁ

    ରାଜନଗର: ପେଣ୍ଠ ନିକଟରେ କୂଳ ଲଙ୍ଘୁଛି ସମୁଦ୍ର । ଉଗ୍ର ମୁଖା ହୋଇ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି । ସୁରକ୍ଷା ଯୋଗାଇ ଦେବା ପାଇଁ ନିର୍ମାଣ ହୋଇଥିବା ପଥର ବନ୍ଧ ଧସିବାରେ ଲାଗିଛି । ଫଳରେ ରାଜନଗର ବ୍ଲକର ସମୁଦ୍ର କୂଳିଆ ଗାଁ ଗୁଡ଼ିକ ପ୍ରତି ବିପଦ ସୃଷ୍ଟି ହୋଇଛି ।

    ଜଳବାୟୁ ପରିବର୍ତ୍ତନ ଫଳରେ ଅଶାନ୍ତ ହେଉଛି ସମୁଦ୍ର । ଦ୍ରୁତ ଗତିରେ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି । ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍ ପେଣ୍ଠ ସମୁଦ୍ର କୂଳରେ । ବାତ୍ୟା ମୋନ୍ଥା ପ୍ରଭାବରେ ସମୁଦ୍ରର ଉଚ୍ଚ ଜୁଆର ମାଡ଼ରେ କ୍ଷତିଗ୍ରସ୍ଥ ହୋଇଛି ସୁରକ୍ଷା ପାଇଁ ନିର୍ମାଣ ହୋଇଥିବା ପଥର ବନ୍ଧ । ପଥର ବନ୍ଧ ୫ ଫୁଟ ଦବିଯିବା ସହ ପଥର ଗୁଡ଼ିକ ସମୁଦ୍ର ଗର୍ଭକୁ ଟାଣି ହୋଇଯାଇଛି । ଫଳରେ ଅଞ୍ଚଳବାସୀ ଭୟଭୀତ ହୋଇପଡିଛନ୍ତି । ପୂର୍ବରୁ ସାତଭାୟାର ସାତଟି ଗାଁ ସମୁଦ୍ରର କରାଳ ଗର୍ଭରେ ଲୀନ ହୋଇଥିବା ବେଳେ ସାତଭାୟାବାସୀଙ୍କୁ ବିସ୍ଥାପିତ ହେବାକୁ ପଡିଛି । ଏବେ ପେଣ୍ଠ ଠାରେ ସମୁଦ୍ରର ଉଗ୍ର ରୂପ ରାଜନଗର ପାଇଁ ବିପଦ ସୃଷ୍ଟି କରିବ ।

    ୨୦୧୬ ମସିହାରେ ପ୍ରାୟ ୪୦ କୋଟି ଟଙ୍କା ବ୍ୟୟରେ ଓଡ଼ିଶାର ପ୍ରଥମ ଭାରତର ଦ୍ଵିତୀୟ ଜିଓଟିୟୁବ ପ୍ରକଳ୍ପ ନିର୍ମାଣ କରାଯାଇଥିଲା । ଯାହା ପେଣ୍ଠ ଗାଁ ସହିତ ସ୍ଥାନୀୟ ଅଞ୍ଚଳକୁ ସୁରକ୍ଷା ଦେବ । ୫୦୫ ମିଟର ଲମ୍ବର ଜିଓସିନ୍ଥେଟିକ୍ ଓ୍ଵାଲ ସୁରକ୍ଷା ପ୍ରାଚୀର ସମୁଦ୍ର କୂଳରେ ନିର୍ମାଣ କରାଯାଇଥିଲା। ଏହି ପ୍ରକଳ୍ପ ସମୁଦ୍ର ଜୁଆର ମାଡ଼ରେ କ୍ଷତିଗ୍ରସ୍ଥ ହେବାରୁ ପୁର୍ନବାର ବଡ଼ ବଡ଼ ପଥର ପକାଇ ବନ୍ଧ ନିର୍ମାଣ କରାଯାଇ ସୁରକ୍ଷା ଦିଆଗଲା କିନ୍ତୁ ସେହି ପଥର ବନ୍ଧ ଏବେ ଦବିବାରେ ଲାଗିଛି । କେବଳ ପେଣ୍ଠ ନୁହେଁ ସମୁଦ୍ର କୂଳେ କୂଳେ ଅନେକ ସ୍ଥାନରେ ସମୁଦ୍ର କୂଳ ଲଙ୍ଘୁଥିବାରୁ ବଡ଼ ବଡ଼ ପଥର ପକାଇ ଏହାର ସ୍ଥାୟୀ ସମାଧାନ ସହ ବ୍ୟାପକ ଜଙ୍ଗଲ ସୃଷ୍ଟି ପାଇଁ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି । ପଥର ବନ୍ଧ ଧସିବା ପରେ ଜଳ ସମ୍ପଦ ବିଭାଗର ମୁଖ୍ୟ ଯନ୍ତ୍ରୀ ବିଘ୍ନରାଜ ପୁରୋହିତ ପେଣ୍ଠରେ ପହଞ୍ଚି ସ୍ଥିତି ସମୀକ୍ଷା କରିବା ସହ ତୁରନ୍ତ ମରାମତି ଏବଂ ସ୍ଥାୟୀ ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ରାଜନଗର ପ୍ରତି ସମୁଦ୍ର ବିପଦ ସୃଷ୍ଟି କରୁଥିବା ବେଳେ ଜଳ ସମ୍ପଦ ବିଭାଗ ଯୁଦ୍ଧକାଳୀନ ଭିତ୍ତିରେ ସୁରକ୍ଷା ନଦେଲେ ବୁଡିଯିବ ରାଜନଗର ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.8 ° C
    22.8 °
    22.8 °
    82 %
    0.9kmh
    0 %
    Sat
    22 °
    Sun
    30 °
    Mon
    29 °
    Tue
    30 °
    Wed
    30 °

    ସମ୍ବନ୍ଧିତ