Sunday, March 29, 2026
31.5 C
Odisha

    ସରିଲା ୩ୟ ପର୍ଯ୍ୟାୟ ନିର୍ବାଚନ: ଜାଣନ୍ତୁ କେତେ ପ୍ରତିଶତ ଲୋକ କଲେ ମତଦାନ ?

    ଆଗକୁ ପଢନ୍ତୁ

    ଛୋଟ ଛୋଟ ହିଂସାକୁ ଛାଡ଼ିଦେଲେ ୩ୟ ପର୍ଯ୍ୟାୟ ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି । ସନ୍ଧ୍ୟା ୭ଟା ସୁଦ୍ଧା ତୃତୀୟ ପର୍ଯ୍ୟାୟରେ ୯୩ଟି ଆସନରେ ୬୧ ପ୍ରତିଶତ ମତଦାନ ହୋଇଛି। ସବୁଠାରୁ ଅଧିକ ମତଦାନ ଆସାମ ଓ ପଶ୍ଚିମବଙ୍ଗରେ ହୋଇଛି । ଆସାମରେ ୭୫.୦୧ ପ୍ରତିଶତ ମତଦାନ ହୋଇଥିବାବେଳେ ପଶ୍ଚିମବଙ୍ଗରେ ୭୩.୯୩ ପ୍ରତିଶତ ମତଦାନ ହୋଇଛି । ବିହାରରେ ୫୬.୫୦ ପ୍ରତିଶତ, ଛତିଶଗଡ଼ରେ ୬୬.୯୪ ପ୍ରତିଶତ, ଗୋଆରେ ୭୪.୦୦ ପ୍ରତିଶତ, ଗୁଜରାଟରେ ୫୬.୧୨ ପ୍ରତିଶତ, କର୍ଣ୍ଣାଟକରେ ୬୬.୭୧ ପ୍ରତିଶତ, ମଧ୍ୟପ୍ରଦେଶରେ ୬୨.୭୧ ପ୍ରତିଶତ, ମହାରାଷ୍ଟ୍ରରେ ୫୩.୯୫ ପ୍ରତିଶତ, ଉତ୍ତରପ୍ରଦେଶରେ ୫୭.୦୩ ପ୍ରତିଶତ । ଦାଦ୍ରା ଓ ନଗର ହାଭେଲି ଏବଂ ଦାମନ ଓ ଦିଉରେ ୬୫.୨୩ ପ୍ରତିଶତ ମତଦାନ ହୋଇଛି।
    ତୃତୀୟ ପର୍ଯ୍ୟାୟରେ ଯେଉଁ ୯୪ଟି ଆସନରେ ନିର୍ବାଚନ ହୋଇଥିଲା, ସେଥିରେ ବିଜେପିର ସ୍ଥିତି ସୁଦୃଢ଼ ରହିଛି। ୨୦୧୯ରେ ବିଜେପି ୭୨ଟି ଆସନରେ ବିଜୟୀ ହୋଇଥିଲା। ତୃତୀୟ ପର୍ଯ୍ୟାୟରେ ଗୁଜରାଟର ସମସ୍ତ ୨୬ଟି ଆସନ ପାଇଁ ମତଦାନ ହୋଇଥିଲା। କର୍ଣ୍ଣାଟକର ୧୪ଟି ଆସନରେ ତୃତୀୟ ପର୍ଯ୍ୟାୟରେ ମତଦାନ ହୋଇଥିଲା। ତୃତୀୟ ପର୍ଯ୍ୟାୟରେ ମହାରାଷ୍ଟ୍ରର ୪୮ଟି ଆସନମଧ୍ୟରୁ ୧୧ଟିରେ ମତଦାନ ହୋଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31.5 ° C
    31.5 °
    31.5 °
    19 %
    1.7kmh
    0 %
    Sun
    34 °
    Mon
    40 °
    Tue
    38 °
    Wed
    39 °
    Thu
    41 °

    ସମ୍ବନ୍ଧିତ