Friday, April 3, 2026
33.6 C
Odisha

    ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜୟନ୍ତୀ: ‘ରନ୍ ଫର୍ ୟୁନିଟି’ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର    :   ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ଆୟୋଜିତ ‘ରନ୍ ଫର୍ ୟୁନିଟି’ ଏକତା ଦୌଡ଼କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳିଙ୍ଗ ଷ୍ଟାଡିଅମ୍‌ରେ ଉଦଘାଟନ କରିଛନ୍ତି। ଦୌଡ଼ ଷ୍ଟାଡିଅମ୍‌ରୁ ଆରମ୍ଭ ହୋଇ ପାୱାର ହାଉସ୍ ଛକ ପର୍ଯ୍ୟନ୍ତ ଚାଲିଥିଲା। ସହସ୍ରାଧିକ ନାଗରିକ, ଛାତ୍ରଛାତ୍ରୀ, ଖେଳାଳି ଓ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ।

    ମୁଖ୍ୟମନ୍ତ୍ରୀ କହିଛନ୍ତି, “ଏକତା, ଭାଇଚାରା ଓ ଦେଶପ୍ରେମ ଆମ ବିକଶିତ ଭାରତର ଶକ୍ତି। ଭିନ୍ନତାରେ ଏକତା ହେଉଛି ଭାରତର ଆତ୍ମା। ଜାତି, ଧର୍ମ, ଭାଷା ନିର୍ବିଶେଷରେ ଆମେ ସମସ୍ତେ ଭାରତୀୟ। ସର୍ଦ୍ଦାର ପଟେଲ ଶତାଧିକ ରାଜ୍ୟକୁ ଏକତା ସୁତ୍ରରେ ବାନ୍ଧି ଅଖଣ୍ଡ ଭାରତ ଗଢ଼ିଥିଲେ। ତାଙ୍କ ଦୃଢ଼ ସଙ୍କଳ୍ପ ଓ ଦୂରଦୃଷ୍ଟି ବଳରେ ଆଜି ଭାରତକୁ ‘ଏକ’ ଦେଖୁଛୁ। ମିଳିମିଶି କାମ କଲେ ବିକଶିତ ଭାରତର ସ୍ୱପ୍ନ ଶୀଘ୍ର ସାକାର ହେବ। ଏହି ଦୌଡ଼ ଏକତା ଓ ଦେଶପ୍ରେମର ପ୍ରତୀକ।”

    ସେ ଆହୁରି କହିଛନ୍ତି, ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ରନ୍ ଫର୍ ୟୁନିଟି’ ଆରମ୍ଭ କରିଥିଲେ। ୨୦୧୮ରେ ଗୁଜରାଟର କେଭାଡିଆରେ ୧୮୨ ମିଟର ଉଚ୍ଚ ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ ଅନାବରଣ ହୋଇ ବିଶ୍ୱର ସର୍ବବୃହତ୍ ପ୍ରତିମା ଭାବେ ଭାରତୀୟ ଗୌରବର ପ୍ରତୀକ ହୋଇଛି। ସର୍ଦ୍ଦାର ପଟେଲଙ୍କ ଜୀବନରୁ ପ୍ରେରଣା ନେଇ ଭାଇଚାରା ଓ ଶାନ୍ତିର ବନ୍ଧନ ସୁଦୃଢ଼ କରି ସମୃଦ୍ଧ ଓଡ଼ିଶା ଓ ବିକଶିତ ଭାରତ ଗଢ଼ିବାକୁ ଆହ୍ୱାନ ଦେଇଛନ୍ତି।

    କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ସ୍ୱାଗତ ଭାଷଣ ଦେଇ କହିଛନ୍ତି, ଏହି ଦୌଡ଼ ଏକତା ଓ ଦେଶପ୍ରେମର ଭାବନା ଜାଗ୍ରତ କରି ସଶକ୍ତ ଭାରତ ଗଢ଼ିବାରେ ସହାୟକ ହେବ। ଶାସନ ସଚିବ ସଚିନ ରାମଚନ୍ଦ୍ର ଜାଦବ ଧନ୍ୟବାଦ ଦେଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    33.6 ° C
    33.6 °
    33.6 °
    23 %
    0.6kmh
    100 %
    Fri
    34 °
    Sat
    39 °
    Sun
    36 °
    Mon
    38 °
    Tue
    37 °

    ସମ୍ବନ୍ଧିତ