Sunday, March 1, 2026
21.4 C
Odisha

    ସହଦେବଖୁଣ୍ଟା ଥାନା ଅଧୀନ ଏକ ହୋଟେଲରୁ ଯୁବକଙ୍କ ମୃତଦେହ ଉଦ୍ଧାର

    ଆଗକୁ ପଢନ୍ତୁ

    ବାଲେଶ୍ୱର : ବାଲେଶ୍ୱର ସହରରେ ଯୁବକଙ୍କୁ ହତ୍ୟା ସନ୍ଦେହ । ସହଦେବଖୁଣ୍ଟା ଥାନା ଅଧୀନ ଏକ ହୋଟେଲରୁ ଉଦ୍ଧାର ହୋଇଛି ଯୁବକଙ୍କ ମୃତଦେହ । ମୃତକ ବେତନଟୀ ଥାନା ଦାନ୍ତିଆମୁଁହା ଫାଣ୍ଡି ଜାମବଣୀ ଅଞ୍ଚଳର ଆକାଶ ମହାନ୍ତ। ଘଟଣାରେ ପୋଲିସ ଜଣେ ଯୁବକଙ୍କୁ ଅଟକ ରଖି ତଦନ୍ତ ଚଳାଇଛି।

    ସୂଚନା ଅନୁସାରେ ହୋଟେଲର ତୃତୀୟ ମହଲା ରୁମ୍ ନମ୍ବର ୫୦୨ରେ ଆକାଶଙ୍କ ସହିତ ଅନ୍ୟଜଣେ ଯୁବକ ଓ ଯୁବତୀ ରହିଥିଲେ । ଦୁଇ ଦିନ ତଳେ ନକଲି ପରିଚୟ ପତ୍ର ଦେଇ ସମସ୍ତେ ହୋଟେଲରେ ରହିଥିଲେ । ଗତକାଲି ରୁମ୍ ନ ଖୋଲିବାରୁ ସନ୍ଦେହ କରି ହୋଟେଲ୍ ମାଲିକ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଘଟଣାରେ ଜଣେ ଯୁବକଙ୍କୁ ଅଟକ ରଖିଛି । ତେବେ ଏଥିରେ ଜଡ଼ିତ ଥିବା ଯୁବତୀ ଜଣକ ଫେରାର ହୋଇ ଯାଇଥିବାରୁ ତାଙ୍କର ସମ୍ପୃକ୍ତି ନେଇ ପୋଲିସ ସନ୍ଦେହ କରିଛି । ତାଙ୍କୁ ଧରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି ।  ଅଟକ ଥିବା ଯୁବକ, ଫେରାର ଥିବା ଯୁବତୀ ଓ ମୃତ ଆକାଶ ସମସ୍ତେ ଗୋଟିଏ ଗାଁର ବୋଲି ସୂଚନା ମିଳିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    21.4 ° C
    21.4 °
    21.4 °
    38 %
    1kmh
    15 %
    Sun
    36 °
    Mon
    36 °
    Tue
    37 °
    Wed
    38 °
    Thu
    37 °

    ସମ୍ବନ୍ଧିତ