Thursday, April 2, 2026
38.5 C
Odisha

    ସାଇକେଲ ଥୋଇ ଭରାନଦୀକୁ ଡେଇଁ ପଡ଼ିଲେ ଅଧ୍ୟାପକ

    ଆଗକୁ ପଢନ୍ତୁ

    କେନ୍ଦ୍ରାପଡ଼ା ସଦର ଥାନା ଅଧୀନ ଡେରାବିଶ ବ୍ଳକ ଲୁଣାନଦୀର ବସୁପୁର ପୋଲ ଉପରୁ ପାଣିକୁ ଡେଇଁ ରବିବାର ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ନିଖୋଜ ଯୁବକ ଜଣକ ହେଲେ ମାର୍ଶାଘାଇ ବ୍ଳକ ଆୟତିପୁର ପଞ୍ଚାୟତ ଅମୃତମଣି ପାଟଣା ଗ୍ରାମର ବ୍ରହ୍ମାନନ୍ଦ ନାୟକଙ୍କ ପୁଅ ଚିନ୍ମୟ ନାୟକ (୪୦) । ତେବେ କାହିଁକି ଓ କେଉଁ କାରଣରୁ ଚିନ୍ମୟ ନଦୀକୁ ଡେଇଁଲେ ତାହାର କାରଣ ଜଣାପଡି ନାହିଁ। ତେବେ ପାରିବାରିକ କଳହରୁ ଏହା ଘଟିଥାଇପାରେ ବୋଲି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆଲୋଚନା ହେଉଛି। ପୋଲ ଉପରେ ଚିନ୍ମୟ ତାଙ୍କ ସାଇକେଲ ଓ ଚପଲ ଥୋଇ ଭରାନଦୀକୁ ଡେଇଁ ପଡ଼ିଥିବା ପ୍ରତକ୍ଷଦର୍ଶୀ ସୂଚନା ଦେଇଛନ୍ତି। ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଖୋଜା ଖୋଜି ଆରମ୍ଭ କରିଛନ୍ତି। ଏପରିକି ଘଟଣା ସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆମ୍ଭ କରିଛି। ତେବେ ଚିନ୍ମୟଙ୍କ କୌଣସି ପତ୍ତା ମିଳିପାରି ନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    38.5 ° C
    38.5 °
    38.5 °
    17 %
    3.1kmh
    51 %
    Thu
    38 °
    Fri
    41 °
    Sat
    39 °
    Sun
    38 °
    Mon
    41 °

    ସମ୍ବନ୍ଧିତ