Tuesday, February 3, 2026
15.5 C
Odisha

    ସାଇକେଲ ଧରି କାର୍ଯ୍ୟାଳୟରେ ପହଞ୍ଚିଲେ ଭଦ୍ରକ ଜିଲ୍ଲାପାଳ, ସମାଜକୁ ଦେଉଛନ୍ତି ଭିନ୍ନ ବାର୍ତ୍ତା

    ଆଗକୁ ପଢନ୍ତୁ

    ଭଦ୍ରକ: ସାଇକେଲରେ କାର୍ଯ୍ୟାଳୟ ଆସିଲେ ଜିଲ୍ଲାପାଳ । ନୂଆ ବାର୍ତ୍ତା ନେଇ କିଛି ଭିନ୍ନ ଉଦ୍ୟମ ଆରମ୍ଭ କରିଛନ୍ତି ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ । ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ବିଭିନ୍ନ ସମୟରେ ନୂଆ ନୂଆ କାର୍ଯ୍ୟକ୍ରମ କରି ବେଶ ଚର୍ଚ୍ଚାରେ ଥିଲାବେଳେ ଆଜି ସାଇକେଲରେ ନିଜ କାର୍ଯ୍ୟାଳୟକୁ ଆସି ପୁଣି ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ହୋଇଛନ୍ତି । ସାଇକେଲ ଚଢି ନିଜ କର୍ମଚାରୀଙ୍କ ସହିତ ଜିଲ୍ଲାବାସୀଙ୍କୁ ନୂଆ ବାର୍ତ୍ତା ଦେଇଛନ୍ତି ଭଦ୍ରକ ଜିଲ୍ଲାପାଳ । ସଡ଼କ ସୁରକ୍ଷା, ପ୍ରଦୂଷଣ ନିୟନ୍ତ୍ରଣ ଓ ଫିଟ୍ ରହିବା ସହିତ ସରକାରୀ ଅର୍ଥ ଖର୍ଚ୍ଚକୁ କମ କରିବାର ବାର୍ତ୍ତା ନେଇ  ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଆଜି ସାଇକେଲରେ ନିଜ କାର୍ଯ୍ୟାଳୟ ଆସିଛନ୍ତି । ସେ ଗବସାହି ସ୍ଥିତ ନିଜ ଆବାସିକ କାର୍ଯ୍ୟାଳୟରୁ ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟକୁ ଦୁଇ କିଲୋମିଟର ସାଇକେଲରେ ଆସିଛନ୍ତି ।

    ଏଥିପାଇଁ ସେ ଗୋଟିଏ ନୂଆ ସାଇକେଲ କିଣିଛନ୍ତି । ଯଦି ବାହାରେ କୌଣସି ଟୁର ନଥିବ ତେବେ ସେ ସାଇକେଲରେ ନିଜ କାର୍ଯ୍ୟାଳୟକୁ ଯିବା ଆସିବା କରିବେ ବୋଲି କହିଛନ୍ତି । ଏପରିକି ଆଜି ବାହାରକୁ ଯିବାର କୌଣସି ଟୁର ନଥିଲା, ତେଣୁ ସେ ନିଜ ସରକାରୀ ଗାଡ଼ି ବ୍ୟବହାର ନ କରି ସାଇକେଲରେ ଆସିଥିଲେ । ଏହା ସହିତ ସାଇକେଲ ଚଢି ଯିବା ଆସିବା କଲେ ମଣିଷ ଫିଟ ରହିବା ସହିତ ଅଯଥା ତେଲ ଖର୍ଚ୍ଚରୁ ରକ୍ଷା ମିଳିବ ଓ ପ୍ରଦୂଷଣ କମ ହେବ ବୋଲି କହିଛନ୍ତି ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    15.5 ° C
    15.5 °
    15.5 °
    75 %
    1.9kmh
    3 %
    Tue
    31 °
    Wed
    31 °
    Thu
    32 °
    Fri
    32 °
    Sat
    30 °

    ସମ୍ବନ୍ଧିତ