Friday, October 2, 2026
30.6 C
Odisha

    ସାଇବର୍‌‌ ଠକଙ୍କ ‘ନିର୍ବାଚନୀ’ ଫାନ୍ଦ: ରାଜନୈତିକ ଦଳ ନାଁରେ ଲକି କୁପନ୍‌‌ ଅଫର୍‌‌

    ଆଗକୁ ପଢନ୍ତୁ

    ଆଗକୁ ସାଧାରଣ ନିର୍ବାଚନ। ଏହାର ଫାଇଦା ନେବାକୁ ସାଇବର୍‌‌ ଠକ ଏବଂ କିଛି ଦଲାଲ ଲାଗିପଡ଼ିଛନ୍ତି। ସେମାନେ ସାମାଜିକ ଗଣମାଧ୍ୟମରେ ଠକେଇର ଜାଲ ବିଛାଇଛନ୍ତି। ଲୋକେ ସହଜରେ ସାମାଜିକ ଗଣମାଧ୍ୟମରେ ଏହି ଫେକ୍‌‌ ବିଜ୍ଞାପନର ଶିକାର ହେଉଛନ୍ତି। ଆଗକୁ ନିର୍ବାଚନ ଥିବାରୁ ସାଇବର୍‌‌ ଠକ ଏହାର ଫାଇଦା ଉଠାଇବାକୁ ଯୋଜନା କରିଛନ୍ତି। ସେମାନେ ବିଭିନ୍ନ ଦଳ ନାମରେ ମନଲୋଭା କୁପନ୍‌‌ ଦେଉଛନ୍ତି। କେତେବେଳେ ଲିଙ୍କ୍‌‌ କ୍ଲିକ୍‌‌ କରି ତଥ୍ୟ ଦେଲେ ୨ଜିବି ଡାଟା ମିଳିବାର ଲୋଭ ଦେଖାଉଥିବା ବେଳେ ଆଉ କେତେବେଳେ ଦିଆଯାଇଥିବା ଲିଙ୍କ୍‌‌କୁ ଖୋଲି ନିଜର ତଥ୍ୟ ଦେଇ ଅନ୍ୟମାନଙ୍କ ନିକଟକୁ ପଠାଇଲେ ପୁରସ୍କାର ଜିତିବାର ଲୋଭ ଦେଖାଉଛନ୍ତି। ଏହି ଲୋଭରେ ପଡ଼ି ଲୋକେ ଲିଙ୍କ୍‌‌କୁ କ୍ଲିକ୍‌‌ କରି ନିଜର ତଥ୍ୟ ଦେବା ପରେ ଆକାଉଣ୍ଟ ଖାଲି ହୋଇଯାଉଛି। ଏଭଳି ଠକେଇ ମଧ୍ୟ ଏବେ କମିସନରେଟ୍‌‌ ପୁଲିସରେ ଦେଖିବାକୁ ମିଳୁଛି। ତେଣୁ ଏଭଳି ଅଭିନବ ଉପାୟରେ ଠକେଇ ହେଉଥିବାରୁ ପୁଲିସ ଲୋକଙ୍କୁ ସଚେତନ କରିଛି। ସୋସାଲ ମିଡିଆରେ ଦିଆଯାଉଥିବା ବିଜ୍ଞାପନକୁ ବିଶ୍ୱାସକୁ ନ ନେବା ପାଇଁ କମିସନରେଟ୍‌‌ ପୁଲିସ ପକ୍ଷରୁ କୁହାଯାଇଛି। ଏହି ଜାଲରେ ଯେଉଁମାନେ ପଡୁଛନ୍ତି ସେମାନେ ଠକେଇର ଶିକାର ହେଉଛନ୍ତି। ଯଦି ବିଜ୍ଞାପନ ଦେଖି ଯୋଗାଯୋଗ କରୁଛି, ଉକ୍ତ ସଂସ୍ଥା ବିଷୟରେ ସବୁ କିଛି ଜାଣିବା ପରେ ଟଙ୍କା ନେଣଦେଣ କରନ୍ତୁ ବୋଲି ପୁଲିସ କହିଛି। ଯଦି ଏଭଳି କେହି ଚାକିରି କିମ୍ବା ଅନ୍ୟ ବାହାନାରେ ଟଙ୍କା ମାଗୁଛନ୍ତି ପୁଲିସକୁ ଜଣାଇବାକୁ କୁହାଯାଇଛି।

    ପ୍ରକାଶ ଥାଉ କି ଚାକିରି ଦେବା ଆଳରେ ଅଧିକାଂଶ ଠକେଇ ହେବା କିଛି ନୂଆକଥା ନୁହେଁ। ଠକମାନେ ଘରେ ବସି ଚାକିରି କରି ୩୦ରୁ ୪୦ ହଜାର ଟଙ୍କା ରୋଜଗାର କରିବାର ବିଜ୍ଞାପନ ଦେଉଛନ୍ତି। ଏହି ବିଜ୍ଞାପନ ଦେଖି ବେକାର ଯୁବକଯୁବତୀ ଏହାକୁ ବିଶ୍ୱାସକୁ ନେଇ ଯୋଗାଯୋଗ କରୁଛନ୍ତି। ଫୋନ୍‌‌ ଯିବା ପରେ ସାଇବର ଠକ ତାଙ୍କ ହ୍ୱଟ୍ସଆପ୍‌‌କୁ ଫେକ୍‌‌ ଡକ୍ୟୁମେଣ୍ଟ ସବୁ ପଠାଉଛି। ଏହି ଡକ୍ୟୁମେଣ୍ଟ ଦେଖି ଠକ ସଂସ୍ଥା ପ୍ରତି ବିଶ୍ୱାସ ହୋଇଯାଉଛି। ଏହାପରେ ଠକ ସେମାନଙ୍କୁ ଠକିବା ପାଇଁ ଯୋଜନା କରୁଛି। ପ୍ରଥମେ ସିକ୍ୟୁରିଟ୍‌‌ ଫିସ୍‌‌ ବାବଦକୁ ୨୦ ହଜାର ମାଗୁଛନ୍ତି। ଟଙ୍କା ଦେବା ପରେ ଠକ ପୁଣି ଆଉ ୨୦ ହଜାର ମାଗୁଛନ୍ତି। ଟଙ୍କା ନେବା ପରେ ନିଯୁକ୍ତିପତ୍ର ପାଇଁ ଆହୁରି ଟଙ୍କା ମାଗି ଆକାଉଣ୍ଟ ଚଳୁକରି ଦେଉଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    30.6 ° C
    30.6 °
    30.6 °
    57 %
    2.7kmh
    31 %
    Fri
    30 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ