Saturday, February 1, 2025
33.6 C
Odisha

    ସାଧାରଣ ବଜେଟ୍‌ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ; ଅପ୍‌ଡେଟ୍‌ ଜାଣନ୍ତୁ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ସଂସଦରେ ବହୁ ପ୍ରତୀକ୍ଷିତ ବଜେଟ୍ ଅଧିବେଶନ ଶୁକ୍ରବାର ଠାରୁ ଆରମ୍ଭ ହୋଇଯାଇଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତକାଲି ଲୋକସଭା ଓ ରାଜ୍ୟସଭାରେ ଅର୍ଥନୈତିକ ସର୍ଭେ-୨୦୨୫ ଉପସ୍ଥାପନ କରିଥିଲେ। ଆଜି ମୋଦୀ ୩.୦ର ପ୍ରଥମ ପୂର୍ଣ୍ଣ ବଜେଟ୍ ଆସୁଛି ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏହା ଅଷ୍ଟମ ବଜେଟ୍ ହୋଇଛି, ଯାହା କି ଦେଶର କୌଣସି ଅର୍ଥମନ୍ତ୍ରୀଙ୍କ ପାଇଁ ନୂଆ ରେକର୍ଡ।

    ଅର୍ଥନୈତିକ ସର୍ଭେ-୨୦୨୫ରେ ଆର୍ଥିକ ବର୍ଷ ୨୦୨୫-୨୬ରେ ଆର୍ଥିକ ଅଭିବୃଦ୍ଧି ୬.୩ ପ୍ରତିଶତରୁ ୬.୮ ପ୍ରତିଶତ ମଧ୍ୟରେ ରହିବାର ଅନୁମାନ କରାଯାଉଛି। ଏହି ଅନୁମାନ ସରକାରଙ୍କ ପୂର୍ବର ଅନୁମାନ ଠାରୁ କମ୍ ଏବଂ ଅନ୍ୟପଟରେ ଦେଖିବାକୁ ଗଲେ ଗତ ୪ ବର୍ଷରେ ସବୁଠାରୁ କମ ରହିଛି। କେନ୍ଦ୍ର ସରକାରଙ୍କ ଆର୍ଥିକ ସର୍ଭେରେ ଯୁବଗୋଷ୍ଠୀଙ୍କୁ ରୋଜଗାର ଓ ସାଧାରଣ ଜନତାଙ୍କୁ ସ୍ବାସ୍ଥ୍ୟ ଓ ଶିକ୍ଷା ଭଳି ସୁବିଧା ଦେବାକୁ ଭାରତ ସରକାର ପ୍ରତିଶ୍ରୁତିବଦ୍ଧ।

    ଆଜି ବଜେଟ୍ ୨୦୨୫-୨୬

    ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରୁଛନ୍ତି। ସେ ଆଜି ପୂର୍ବାହ୍ଣ ୧୧ଟାରେ ଲୋକସଭାରେ ବଜେଟ୍ ଭାଷଣ ଆରମ୍ଭ କରିଛନ୍ତି। ବଜେଟ୍ ସଂପର୍କିତ କାର୍ଯ୍ୟକ୍ରମ ଏମିତି ରହିଛି।

    -ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପୂର୍ବାହ୍ଣ ୮ଟା ୩୦ରେ ନିଜ ନିବାସରୁ ନର୍ଥ ବ୍ଲକ ଅଭିମୁଖେ ବାହାରି ଥିଲେ।
    -ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣ ବଜେଟ୍ ଟିମ୍ ସହିତ ରାଷ୍ଟ୍ରପତି ଭବନ ଅଭିମୁଖେ ବାହାରିଥିଲେ। ସେ ସେଠାରେ ରାଷ୍ଟ୍ରପତିଙ୍କୁ ବଜେଟ୍‌ର କପି ଦାଖଲ କରିଥିଲେ।
    -ରାଷ୍ଟ୍ରପତିଙ୍କ ଠାରୁ ବଜେଟ୍‌ର ଅନୁମୋଦନ ମିଳିବା ପରେ ଅର୍ଥ ମନ୍ତ୍ରାଳୟକୁ ଫେରି ପୂର୍ବାହ୍ଣ ୯ଟାରେ ନର୍ଥ ବ୍ଲକର ୨ ନମ୍ବର ଗେଟ୍‌ରେ ଫଟୋ ସୁଟ୍ ହୋଇଥିଲା।
    -ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଂକଜ ଚୌଧୁରୀ ବଜେଟ ସହିତ ସଂଗଦରେ ପୂର୍ବାହ୍ଣ ୧୦ଟାରେ ପ୍ରବେଶ କରିଥିଲେ। ଏଠା୍ରେ ଫଟୋ ସୁଟ୍ ହୋଇଥିଲା।
    -ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରୀୟ କ୍ୟାବିନେଟ୍‌ର ପୂର୍ବାହ୍ଣ ୧୦ଟା ୧୫ରୁ ୧୦ଟା ୪୦ ଯାଏଁ ସଂସଦ ଭବନ ପରିସରରେ ବୈଠକ ହୋଇଥିଲା। ଏହା ପରେ ବଜେଟ୍କୁ କ୍ୟାବିନେଟ୍ରୁ ମଂଜୁରୀ ମିଳିଥିଲା।
    -କ୍ୟାବିନେଟ୍‌ର ଅନୁମୋଦନ ପରେ ଅର୍ଥମନ୍ତ୍ରୀ ସକାଳ ୧୧ଟାରେ ଲୋକସଭାରେ ବଜେଟ୍ ଉପସ୍ଥାପନ କରୁଛନ୍ତି
    -କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରିବା ପରେ ଅପରାହ୍ଣ ୩ଟାରେ ନ୍ୟାସନାଲ ମିଡିଆ ସେଣ୍ଟରରେ ଏକ ସାମ୍ବାଦିକ ସମ୍ମିଳନୀ କରିବେ।
    -ଏହି ସାମ୍ବାଦିକ ସମ୍ମିଳନୀରେ ରାଷ୍ଟ୍ରମନ୍ତ୍ରୀ, ଅର୍ଥ ସଚିବ, ଅର୍ଥ ମନ୍ତ୍ରାଳୟର ସଚିବ ଓ ଭାରତ ସରକାରଙ୍କ ମୁଖ୍ୟ ଆର୍ଥିକ ଉପଦେଷ୍ଟା ଉପସ୍ଥିତ ରହିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    33.6 ° C
    33.6 °
    33.6 °
    26 %
    1.3kmh
    5 %
    Sat
    34 °
    Sun
    35 °
    Mon
    35 °
    Tue
    35 °
    Wed
    36 °

    ସମ୍ବନ୍ଧିତ