Sunday, October 25, 2026
19.5 C
Odisha

    ସାବଧାନ! କୀଟନାଶକ ସହ ଲଢ଼ିବା ଶିଖୁଛନ୍ତି ଡେଙ୍ଗୁ ମଶା

    ଆଗକୁ ପଢନ୍ତୁ

    ଡେଙ୍ଗୁ ନିୟନ୍ତ୍ରଣକୁ ନେଇ ଏକ ଚିନ୍ତାଜନକ ସୂଚନା ସାମ୍ନାକୁ ଆସିଛି। ନିକଟରେ ପ୍ରକାଶିତ ଏକ ଗବେଷଣରୁ ଜଣାପଡ଼ିଛି ଯେ ଡେଙ୍ଗୁ ପ୍ରସାର କରୁଥିବା ଏଡିସ୍ ଇଜିପ୍ଟି ପ୍ରଜାତିର ମଶାମାନେ ବର୍ତ୍ତମାନ କୀଟନାଶକ ସହ ଲଢ଼ିବା ଶିଖୁଛନ୍ତି। ଏହା ଡେଙ୍ଗୁ ନିୟନ୍ତ୍ରଣ ପ୍ରୟାସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ବୋଲି ଗବେଷକମାନେ ମତ ପ୍ରକାଶ କରିଛନ୍ତି।

    ଏହି ଅଧ୍ୟୟନର ଫଳାଫଳ ‘ଫ୍ରଣ୍ଟିୟର୍ସ ଇନ୍ ଟ୍ରପିକାଲ୍ ଡିଜିଜ୍’ ପତ୍ରିକାରେ ପ୍ରକାଶିତ ହୋଇଛି। ଗବେଷଣା ଅନୁସାରେ, ଭାରତରେ ବ୍ୟବହୃତ ସାଧାରଣ କୀଟନାଶକ ଆଲଫା-ସାଇପରମେଥ୍ରିନ୍ ପ୍ରତି ଏହି ମଶାମାନଙ୍କର ପ୍ରତିରୋଧକ ଶକ୍ତି ଧୀରେ ଧୀରେ ବିକାଶ ପାଉଛି। ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଗବେଷକଙ୍କ କହିବା ଅନୁସାରେ, ପରୀକ୍ଷା ସମୟରେ ଏହି କୀଟନାଶକ ସଂସ୍ପର୍ଶରେ ଆସିଥିବା ମଶାମାନଙ୍କ ମୃତ୍ୟୁ ହାର ୯୭.୯୧ ପ୍ରତିଶତ ଥିଲେ ମଧ୍ୟ, କିଛି ମଶା ବଞ୍ଚି ଯାଇଥିଲେ। ଏହା ପ୍ରାରମ୍ଭିକ ଭାବରେ ପ୍ରତିରୋଧ ଶକ୍ତି ବିକାଶର ସୂଚନା ଦେଉଛି। ଏହି ପରିସ୍ଥିତିକୁ ନେଇ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ବିଭାଗର ପ୍ରଫେସର କହିଛନ୍ତି ଯେ, ମଶାମାନେ କୀଟନାଶକ ସହ ସଂସ୍ପର୍ଶରେ ଆସିଲେ ତାଙ୍କ ଶରୀରରେ ଏକ ସେଲ୍ୟୁଲାର ପତିକ୍ରିୟା ଆରମ୍ଭ ହୁଏ। ଏହାର ପରିଣାମରେ ସେମାନେ ପ୍ରତିରକ୍ଷା ପ୍ରୋଟିନ୍ (ଏନଜାଇମ୍) ଉତ୍ପାଦନ କରି ଏହି ବିଷାକ୍ତ ପଦାର୍ଥକୁ କମ୍ କ୍ଷତିକାରକ ଯୌଗିକରେ ପରିଣତ କରିଦେଇଥାନ୍ତି।

    ଗବେଷକମାନେ ସତର୍କ କରାଇଛନ୍ତି ଯେ, ଏହା ଏକ ପ୍ରାରମ୍ଭିକ ଚେତାବନୀ ହେଲେ ମଧ୍ୟ ଯଦି ଏହାକୁ ଅଣଦେଖା କରାଯାଏ, ତେବେ ଆଗାମୀ ଦିନରେ ଡେଙ୍ଗୁ ନିୟନ୍ତ୍ରଣ ଅଧିକ କଠିନ ହୋଇପାରେ। ସେଥିପାଇଁ ନୂତନ ନିୟନ୍ତ୍ରଣ ପଦ୍ଧତି ଓ ଜୈବିକ ପ୍ରଣାଳୀ ଉପରେ ଗଭୀର ଗବେଷଣା ଆବଶ୍ୟକ । ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମଧ୍ୟ ଲୋକମାନଙ୍କୁ ସଚେତନ ରହିବାକୁ, ପରିବେଶ ସଫା ରଖିବାକୁ ଓ ମଶା ବିକାଶ ହେବାର ସ୍ଥାନକୁ ନଷ୍ଟ କରିବାକୁ ପରାମର୍ଶ ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    19.5 ° C
    19.5 °
    19.5 °
    66 %
    1.4kmh
    8 %
    Sat
    19 °
    Sun
    28 °
    Mon
    27 °
    Tue
    30 °
    Wed
    29 °

    ସମ୍ବନ୍ଧିତ