Tuesday, October 6, 2026
31.6 C
Odisha

    ସାମାଜିକ କର୍ମୀଙ୍କ ଅକାଳ ବିୟୋଗ: ଖେଳିଗଲା ଶୋକାକୁଳ ପରିବେଶ

    ଆଗକୁ ପଢନ୍ତୁ

    କେଉଁଝର  :  କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ବଡ଼ ପାଟଣା ପଞ୍ଚାୟତ ସ୍ବାମ ଶାସନର ଜଣା ଶୁଣା ପଣ୍ଡିତ ମଧୁସୂଦନ ଦ୍ବିବେଦୀଙ୍କ ସାନ ପୁଅ ଜିତେନ୍ଦ୍ର କୁମାର ଦ୍ବିବେଦୀଙ୍କ ୩୫ବର୍ଷ ବୟସରେ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ହୃଦଘାତରେ ଦେହାନ୍ତ ଘଟିଛି। ଶୁକ୍ରବାର ରାତ୍ରି ୧୧.୨୫ସେ ଛାତିରେ ସେ ଯନ୍ତ୍ରଣା ଅନୁଭବ କରିବାରୁ ବଡ ଭାଇ ଧୀରେନ୍ଦ୍ର ତାଙ୍କୁ ସଙ୍ଗେ ସଙ୍ଗେ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। କିଛି ସମୟ ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ଅକାଳ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସେ ଜଣେ ଯୁବ ସାମାଜିକ କର୍ମୀ ସହ ଅମାୟିକ, ମିଷ୍ଟ ଭାଷୀ ବ୍ୟକ୍ତି ଭାବେ ସୁପରିଚିତ ଥିଲେ। ସରପଞ୍ଚ ବିନତୀ ବାନରା , ପୂର୍ବତନ ପାଟଣା ବ୍ଲକ ଅଧକ୍ଷ ଇଂ ବିଦ୍ୟାଧର ଦାଶ, ଶିଳ୍ପ ପତି ବିବେକାନନ୍ଦ ଦାଶ,ସାମାଜିକ କର୍ମୀ କୃଷ୍ଣଚନ୍ଦ୍ର ଦାଶ, ଅଜିତ କୁମାର ଦାଶ, ସନାତନ ଦାଶ ପ୍ରମୁଖ ଶେଷ ଦର୍ଶନ କରିବା ସହ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ପାଟଣା ବୈତରଣୀ ନଦୀର ଦୂର୍ଗାଦେଇପୁର ଘାଟରେ ଆଜି ବଡ ଭାଇ ଧୀରେନ୍ଦ୍ର ମୁଖାଗ୍ନୀ ଦେଇ ଅନ୍ତେଷ୍ଟି କ୍ରିୟା ସଂପନ୍ନ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31.6 ° C
    31.6 °
    31.6 °
    53 %
    2.9kmh
    0 %
    Tue
    31 °
    Wed
    31 °
    Thu
    30 °
    Fri
    30 °
    Sat
    30 °

    ସମ୍ବନ୍ଧିତ