Sunday, February 22, 2026
33.5 C
Odisha

    ସାମାନ୍ୟ ବିବାଦକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ୍, ୫ ଆହତ

    ଆଗକୁ ପଢନ୍ତୁ

    କାନପୁର : କାନପୁରର ଘଟମପୁରର ସାରଗାଁଓ ଗାଁରେ ଏକ ସାମାନ୍ୟ ବିବାଦ ହିଂସାତ୍ମକରେ ପରିଣତ ହୋଇଥିଲା । ଟ୍ରାକ୍ଟରକୁ ହଟାଇବା ପାଇଁ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା ଉଗ୍ର ଯୁକ୍ତିତର୍କ ତୀବ୍ର ହେବାକୁ ଲାଗିଲା । ଉଭୟ ଗୋଷ୍ଠୀ ଲାଠି, ରଡ୍ ଏବଂ ଏପରିକି କୁରାଢ଼ିକୁ ବ୍ୟବହାର କରି ମାରପିଟ୍ ହୋଇଥିଲେ । ଆକ୍ରମଣକାରୀମାନେ ଏକ ଦଳିତ ପରିବାରର ଘର ବାହାରେ ଥିବା ଏକ କୁଡ଼ିଆରେ ମଧ୍ୟ ନିଆଁ ଲଗାଇ ଦେଇଥିଲେ । ଯେଉଁଥିରେ ଅତି କମରେ ୫ ଜଣ ଆହତ ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମଧ୍ୟ ପରିସ୍ଥିତିକୁ ମଧ୍ୟ ନିୟନ୍ତ୍ରଣ କରିଛି ।

    ଆହତମାନଙ୍କୁ ତୁରନ୍ତ ଘଟମପୁରର କମ୍ୟୁନିଟି ହେଲ୍ଥ ସେଣ୍ଟର (ସିଏଚସି)ରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କାନପୁରର ଏକ ବଡ଼ ହସ୍ପିଟାଲକୁ ରେଫର କରାଯାଇଛି । ଏହାରି ମଧ୍ୟରେ ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଘଟମପୁର ବିଧାୟକ ସରୋଜ କୁରିଲ ତୁରନ୍ତ ଡାକ୍ତରଖାନାରେ ପହଞ୍ଚିଥିଲେ । ସେ ଆହତମାନଙ୍କୁ ଭେଟି ସେମାନଙ୍କ ଅବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ । ସାରଗାଓଁ ଗ୍ରାମ ମୁଖିଆଙ୍କ ପୁଅ ତାଙ୍କ ବନ୍ଧୁମାନଙ୍କ ସହିତ ମିଶି ସେମାନଙ୍କ ଉପରେ ଆକ୍ରମଣ କରିଥିଲେ ବୋଲି ଆହତମାନେ ବିଧାୟକଙ୍କୁ କହିଥିଲେ ।

    ଅନ୍ୟପଟେ ବିଧାୟକ ଏହାକୁ କଡ଼ା ନିନ୍ଦା କରିଛନ୍ତି । ଏଥିସହ ବିଧାୟକ ପୋଲିସ ଡେପୁଟି କମିଶନର ଦୀପେନ୍ଦ୍ର ନାଥ ଚୌଧୁରୀଙ୍କ ସହ ଫୋନରେ କଥା ହୋଇଥିଲେ ଏବଂ ଦୋଷୀଙ୍କ ବିରୁଦ୍ଧରେ ଯଥାସମ୍ଭବ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ । ସେ ସାଜେଠି ଥାନା ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ । ଏହି ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ସହ ଦୋଷୀଙ୍କୁ ଶୀଘ୍ର ଗିରଫ କରି ଦଣ୍ଡ ଦେବାକୁ ଡିସିପି ଆଶ୍ୱାସନା ଦେଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    33.5 ° C
    33.5 °
    33.5 °
    17 %
    3.6kmh
    0 %
    Sun
    34 °
    Mon
    35 °
    Tue
    34 °
    Wed
    34 °
    Thu
    35 °

    ସମ୍ବନ୍ଧିତ