Wednesday, April 1, 2026
27.7 C
Odisha

    ସାମ୍ବାଦିକଙ୍କୁ ମରଣାତ୍ମକ ଆକ୍ରମଣ, ମାରଣାସ୍ତ୍ରରେ ହାତ ଓ ଗୋଡ଼କୁ ହାଣିଲେ ୬ ଦୁର୍ବୃତ୍ତ

    ଆଗକୁ ପଢନ୍ତୁ

    ତାଳଚେରତାଳଚେର ସନ୍ଥପଡ଼ା ନଦୀ ଘାଟରେ ସାମ୍ବାଦିକଙ୍କୁ ମରଣାତ୍ମକ ଆକ୍ରମଣ । ଖଣ୍ଡାରେ ହାତ ଓ ଗୋଡ଼କୁ ହାଣିଲେ ୬ ଦୁର୍ବୃତ୍ତ । ତାଙ୍କର ଦୁଇ ଗୋଡ ଓ ହାତରେ ଗଭୀର ଆଘାତ ଲାଗିଛି। ସାମ୍ବାଦିକ ଜଣକ ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କରିଥିଲେ ୬ ଦୁର୍ବୃତ୍ତ । ଗୁରୁତର ଅବସ୍ଥାରେ ସ୍ଥାନୀୟ ମଣ୍ଡାପାଳ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । କାର୍ଯ୍ୟରତ ସାମ୍ବାଦିକ ଜଣକ ପରଜଙ୍ଗ ବ୍ଲକର ସାନ୍ତନୁ କୁମାର ଭୁକ୍ତା । ପର୍ଜଙ୍ଗ ବ୍ଲକର କୁଆଳୁ ପଞ୍ଚାୟତର ସରପଞ୍ଚ ଏଭଳି କରିଥିବା ସେ ଅଭିଯୋଗ କରିଛନ୍ତି । ସକାଳେ ଘରୁ ସନ୍ଥପଡ଼ା ବାଲି ଘାଟ ଆଡ଼କୁ ଯାଉଥିବା ବେଳେ ୩ଟି ବାଇକରେ ୬ ଜଣ ଦୁର୍ବୃତ୍ତ ଖଣ୍ଡା ଓ ଠେଙ୍ଗାରେ ଆକ୍ରମଣ କରିଥିଲେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଭୁବନେଶ୍ବରରେ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି । ଘଟଣା ସ୍ଥଳରେ ତାଳଚେର ଏସ୍ ଡିପିଓ ଭରତ ଚରଣ ସାହୁ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.7 ° C
    27.7 °
    27.7 °
    49 %
    2.3kmh
    1 %
    Wed
    28 °
    Thu
    40 °
    Fri
    41 °
    Sat
    37 °
    Sun
    38 °

    ସମ୍ବନ୍ଧିତ