Sunday, March 22, 2026
25.7 C
Odisha

    ସାରା ରାଜ୍ୟରେ ହାଡ଼ଭଙ୍ଗା ଶୀତ, ତାପମାତ୍ରା ହ୍ରାସ ଯୋଗୁଁ ଶୀତ ଲହରୀ ଜାରି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ତଳମୁହାଁ ପାରଦ।  ସାରା  ରାଜ୍ୟରେ ହାଡ଼ଭଙ୍ଗା ଶୀତ। ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ସବୁଠି ଜାଡରେ କଲବଲ ଲୋକ। ଗତ ୨ ସପ୍ତାହ ହେବ କ୍ରମାଗତ ଭାବେ ରାଜ୍ୟରେ ତାପମାତ୍ରା ହ୍ରାସ ଯୋଗୁଁ ଏଭଳି ଶୀତ ଲହରୀ ଜାରି ରହିଛି । ଫଳରେ ବିଭିନ୍ନ ସ୍ଥାନରେ ଶୀତ ନଭେମ୍ବର ମାସର ରେକର୍ଡ ଭାଙ୍ଗି ଚାଲିଛି । ଆସନ୍ତା ୩ ଦିନ ମଧ୍ୟରେ  ରାଜ୍ୟରେ ତାପମାତ୍ରା ୨ରୁ ୩ ଡିଗ୍ରୀ ବଢିବ। ସାମାନ୍ୟ ତାପମାତ୍ରା ବଢିଲେ ମଧ୍ୟ ଶୀତର ପ୍ରକୋପ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଗତ ୨୪ ଘଣ୍ଟାରେ ଘୁ. ଉଦୟଗିରିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି।

    ଏଠାରେ ତାପମାତ୍ରା ୫.୩ ଡିଗ୍ରୀ ରେକର୍ଡ ହୋଇଥିବାବେଳେ ସେମିଳିଗୁଡ଼ାରେ ୭.୭ , ଦାରିଙ୍ଗବାଡି ଓ ଫୁଲବାଣୀରେ ୮, ଅନୁଗୁଳରେ ତାପମାତ୍ରା ୯.୮ ଡିଗ୍ରୀ ରେକର୍ଡ କରାଯାଇଛି। ଏପଟେ ଶ୍ରୀଲଙ୍କା ଉପକୂଳ ଦକ୍ଷିଣ-ପଶ୍ଚିମ ସମୁଦ୍ରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପ୍ରଭାବରେ ଆଗାମୀ ୨୨ ତାରିଖ ଯାଏଁ ଦେଶର ବିଭିନ୍ନ ସ୍ଥାନରେ ବିଶେଷକରି ଦକ୍ଷିଣ ଭାରତରେ ବର୍ଷା ଆଶଙ୍କା ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.7 ° C
    25.7 °
    25.7 °
    25 %
    1.5kmh
    0 %
    Sun
    27 °
    Mon
    34 °
    Tue
    37 °
    Wed
    37 °
    Thu
    39 °

    ସମ୍ବନ୍ଧିତ