Thursday, September 19, 2024
23 C
Odisha

    ସିଏମଓ ଅଫିସରଙ୍କୁ ବିଭାଗ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କାହାକୁ ମିଳିଲା କେଉଁ ବିଭାଗ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସୋମବାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଅଫିସରମାନଙ୍କୁ ବିଭିନ୍ନ ବିଭାଗ ବାଣ୍ଟିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ସଚିବ ନିକୁଞ୍ଜ ବିହାରୀ ଧଳଙ୍କୁ ଗୃହ, ଅର୍ଥ, ସାଧାରଣ ପ୍ରଶାସନ, ଶିଳ୍ପ, ଆଇନ, ଯୋଜନା ଓ ସଂଯୋଜନ ଏବଂ ପର୍ଯ୍ୟଟନ ବିଭାଗର ଦାୟିତ୍ୱ ଦିଆଯାଇଛି। ସେହିପରି ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଅନୁପମ ଶାହଙ୍କୁ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ, ସୂଚନା ଓ ଲୋକସମ୍ପର୍କ, ଏମଏସଏମଇ, ଆଇଟି, ଅନୁସୂଚିତ ଜାତି ଓ ଜନଜାତି, ସ୍କୁଲ ଓ ଗଣଶିକ୍ଷା , ଉଚ୍ଚଶିକ୍ଷା, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଏବଂ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, କ୍ରୀଡା ଓ ଯୁବବ୍ୟାପାର ବିଭାଗର ଦାୟିତ୍ୱ ମିଳିଛି। ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଅରିନ୍ଦମ ଡାକୁଆଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ, ବାଣିଜ୍ୟ ଓ ପରିବହନ, ଶକ୍ତି, ଇସ୍ପାତ ଓ ଖଣି, ଓ ଭାଷା ସାହିତ୍ୟ ଓ ସଂସ୍କୃତି, ଜଳସମ୍ପଦ, ଜଙ୍ଗଲ ଓ ପରିବେଶ, ପୂର୍ତ୍ତ, ହସ୍ତତନ୍ତ ଓ ବୟନଶିଳ୍ପ ଏବଂ ସାଧାରଣ ଉଦ୍ୟୋଗ ବିଭାଗର ଦାୟିତ୍ୱ ଦିଆଯାଇଛି । ସେହିପରି ଅବସରପ୍ରାପ୍ତ ବରିଷ୍ଠ ଓଏଏସ ପ୍ରସନ୍ନ କୁମାର ଷଡ଼ଙ୍ଗୀଙ୍କୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ, ଗ୍ରାମ୍ୟ ଉନ୍ନୟନ ଦାୟିତ୍ୱ ମିଳିଥିବା ବେଳେ ବରିଷ୍ଠ ଓଏଏସ ଚିତ୍ରସେନ ରାଉତଙ୍କୁ କୃଷି ଓ କୃଷକ କଲ୍ୟାଣ, ମତ୍ସ୍ୟ ଓ ପଶୁସମ୍ପଦ, ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ବିଭାଗ ମିଳିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    23 ° C
    23 °
    23 °
    95 %
    0.8kmh
    28 %
    Thu
    30 °
    Fri
    31 °
    Sat
    32 °
    Sun
    32 °
    Mon
    31 °

    ସମ୍ବନ୍ଧିତ