Friday, June 19, 2026
37 C
Odisha

    ତ୍ବିଶା ହତ୍ୟା ମାମଲା, ପୋଷ୍ଟମର୍ଟମ ପାଇଁ ଭୋପାଳରେ ପହଞ୍ଚିଲେ ଦିଲ୍ଲୀ ଏମ୍ସ ଟିମ୍

    ଆଗକୁ ପଢନ୍ତୁ

    ମଧ୍ୟପ୍ରଦେଶ : ତ୍ବିଶା ହତ୍ୟା ମାମଲାର ସମ୍ପର୍କରେ ଏକ ଗୁରୁତ୍ବପୂର୍ଣ୍ଣ ଖବର ସାମ୍ନାକୁ ଆସିଛି । ଦିଲ୍ଲୀର ଏମ୍ସରୁ ଏକ ଦଳ ତ୍ୱିଶା ଶର୍ମାଙ୍କ ଦ୍ୱିତୀୟ ପୋଷ୍ଟମର୍ଟମ କରିବା ପାଇଁ ଭୋପାଳରେ ପହଞ୍ଚିଛି । ଏହି ଦଳରେ ଚାରି ଜଣ ବରିଷ୍ଠ ଡାକ୍ତର ଥିବା ଜଣାପଡିଛି ।

    ସୂଚନାନୁଯାୟୀ, ଏମ୍ସ ଡାକ୍ତରଙ୍କ ଏକ ଦଳକୁ ନୂତନ ଶବ ବ୍ୟବଚ୍ଛେଦ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଦଳଟି ଆଜି ସକାଳେ ବାହାରି ଯାଇଥିଲା ଏବଂ ପରେ ପ୍ରକ୍ରିୟା ପାଇଁ ଆଡଭାନ୍ସ ଚିକିତ୍ସା ଉପକରଣ ସହିତ ଭୋପାଳରେ ପହଞ୍ଚିଥିଲା । ଆଜି ସମ୍ପୂର୍ଣ୍ଣ ପ୍ରୋଟୋକଲ ସହିତ ତ୍ବିଶାଙ୍କ ପୋଷ୍ଟମର୍ଟମ କରାଯିବ । ତ୍ବିଶାଙ୍କ ପରିବାର ମଧ୍ୟ ଏମ୍ସରେ ଉପସ୍ଥିତ ରହିବେ । ସୁପ୍ରିମକୋର୍ଟ ଏହି ମାମଲାର ସ୍ବତଃ ବିଚାର କରିଛନ୍ତି ଏବଂ ସୋମବାର ଏହାର ଶୁଣାଣି ହେବ ।

    ସେପଟେ ମଧ୍ୟପ୍ରଦେଶ ସରକାର ପୂର୍ବରୁ ଏହି ମାମଲାର ଯାଞ୍ଚ ପାଇଁ ସିବିଆଇକୁ ହସ୍ତାନ୍ତର କରିସାରିଛନ୍ତି ଏବଂ ସ୍ବାମୀ ସମର୍ଥଙ୍କୁ ୭ ଦିନ ପାଇଁ ପୋଲିସ ହେପାଜତକୁ ପଠାଇ ଦିଆଯାଇଛି । ଶାଶୁ ଗିରିବାଳାଙ୍କୁ ମଧ୍ୟ ପଚରାଉଚରା କରାଯାଇଛି । ଏଥିସହ ସ୍ୱାମୀ ସମର୍ଥଙ୍କ ଆଇନ ଲାଇସେନ୍ସକୁ ରଦ୍ଦ କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    37 ° C
    37 °
    37 °
    34 %
    2.8kmh
    57 %
    Fri
    35 °
    Sat
    38 °
    Sun
    38 °
    Mon
    38 °
    Tue
    37 °

    ସମ୍ବନ୍ଧିତ