Tuesday, September 24, 2024
24 C
Odisha

    ସୀମାନ୍ତରେ ସୁରକ୍ଷାବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ

    ଆଗକୁ ପଢନ୍ତୁ

    ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ନାରାୟଣପୁର ସୀମାନ୍ତରେ ସୁରକ୍ଷାବାହିନୀ ଏବଂ ନକ୍ସଲମାନଙ୍କ ମଧ୍ୟରେ ଗୁଳିବିନିମୟ ନେଇ ଖବର ମିଳିଛି । ଏଥିରେ ଏପର୍ଯ୍ୟନ୍ତ ୩ ନକ୍ସଲଙ୍କ ମୃତ୍ୟୁ ଘଟିଥିବାନେଇ ଖବର ମିଳୁଛି । ଗତ ୨ଘଣ୍ଟା ଧରି ଯବାନ ଏବଂ ନକ୍ସଲଙ୍କ ମଧ୍ୟରେ ରହି ରହି ଘଞ୍ଚ ଜଙ୍ଗଲରେ ଗୁଳି ବିନିମୟ ଚାଲିଛି । କୁହାଯାଉଛି ଯେ, ଏହି ଅଞ୍ଚଳରେ ବହୁସଂଖ୍ୟକ ନକ୍ସଲ ଉପସ୍ଥିତ ଅଛନ୍ତି । ସୁରକ୍ଷାବାହିନୀ ଏହି ଅଞ୍ଚଳକୁ ଘେରି ରହିଛି । ନକ୍ସଲମାନଙ୍କଠାରୁ ତିନୋଟି ସ୍ୱୟଂଚାଳିତ ବନ୍ଧୁକ ଜବତ ନେଇ ମଧ୍ୟ ସୂଚନା ମିଳୁଛି । ଏନ୍କାଉଣ୍ଟରକୁ ନାରାୟଣପୁର ଏସ୍ପି ପ୍ରଭାତ କୁମାର ସୁନିଶ୍ଚିତ କରିଛନ୍ତି । ବସ୍ତର ଆଇଜି ପି. ସୁନ୍ଦରରାଜ ପୁରା ଏନକାଉଣ୍ଟର ଉପରେ ନଜର ରଖିଛନ୍ତି । ଯବାନଙ୍କ ପକ୍ଷରୁ ଭୀଷଣ ଗୁଳି ବିନିମୟ ଜାରି ରହିଛି । ଠିକ୍ ଗୋଟିଏ ଦିନ ପୂର୍ବରୁ ଦନ୍ତେୱାଡା ଏବଂ ବିଜାପୁର ଜିଲ୍ଲାରେ ବିଗତ ୨୪ ଘଣ୍ଟା ମଧ୍ୟରେ ସମୁଦାୟ ୧୨ ନକ୍ସଲ ଆ୍ସମର୍ପଣ କରିଥିଲେ । ରବିବାର ଦିନ ଆନସମର୍ପଣ କରିଥିବା ନକ୍ସଲଙ୍କ ମଧ୍ୟରେ ୩ଜଣ ମହିଳା ନକ୍ସଲ ମଧ୍ୟ ଥିଲେ । ଆସେମର୍ପଣ କରିଥିବା ନକ୍ସଲମାନଙ୍କ ମୁଣ୍ଡ ଉପରେ ୨୦ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା ଥିଲା ।“ସୂଚନାଯୋଗ୍ୟ ଯେ ଛତିଶଗଡ଼ର ବସ୍ତରରେ ନକ୍ସଲମାନଙ୍କ ବିରୋଧରେ ଲଢ଼େଇ ଏକ ନିର୍ଣ୍ଣାୟକ ପରିସ୍ଥିତିରେ ଥିବା ଜଣାପଡ଼ିଛି । ୨୦୨୬ ସୁଦ୍ଧା ନକ୍ସଲବାଦକୁ ସମାପ୍ତ କରିବାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଘୋଷଣା ପରେ ସୁରକ୍ଷାବାହିନୀ ବସ୍ତରର ବିଭିନ୍ନ ଜିଲ୍ଲାରେ ନକ୍ସଲ ସଂଗଠନର ଅଣ୍ଟା ଭାଙ୍ଗିବା ପାଇଁ ପ୍ରମୁଖ ରଣକୌଶଳ ଆରମ୍ଭ କରିଛି । ବସ୍ତରର ନାରାୟଣପୁର ଜିଲ୍ଲାରେ ଏସ୍ପି ପ୍ରଭାତ କୁମାର ନକ୍ସଲମାନଙ୍କ ବିରୁଦ୍ଧରେ ଗୋଟିଏ ପରେ ଗୋଟିଏ ସଫଳ ଅପରେସନ୍ ଜାରି ରଖିଛନ୍ତି । ““

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24 ° C
    24 °
    24 °
    96 %
    0.8kmh
    100 %
    Tue
    27 °
    Wed
    29 °
    Thu
    27 °
    Fri
    29 °
    Sat
    30 °

    ସମ୍ବନ୍ଧିତ