Sunday, October 4, 2026
30.6 C
Odisha

    ସୁନାବେଶ ଓ ଅଧରପଣା ପାଇଁ ସ୍ୱତନ୍ତ୍ର ଟ୍ରେନ୍, ରାଜ୍ୟର ବିଭିନ୍ନ ସ୍ଥାନରୁ ପୁରୀକୁ କରିବ ଚଳାଚଳ

    ଆଗକୁ ପଢନ୍ତୁ

    ଆଜି ମହାପ୍ରଭୁଙ୍କ ବାହୁଡା ଯାତ୍ରା ଅନୁଷ୍ଠିତ ହୋଇଛି। ଲକ୍ଷାଧିକ ଭକ୍ତଙ୍କ ସମାଗମ ମଧ୍ୟରେ ଜନ୍ମବେଦୀରେ ଲୀଳାଖେଳା କରି ଚତୁର୍ଦ୍ଧାବିଗ୍ରହ ରତ୍ନବେଦୀକୁ ବାହୁଡିଛନ୍ତି। ରଥାରୁଢ ଚତୁର୍ଦ୍ଧା ମୂର୍ତ୍ତୀଙ୍କ ଦୁର୍ଲଭ ଦର୍ଶନ ପାଇଁ କାହିଁ କେଉଁ ଦୁରଦୁରାନ୍ତରରୁ ଶ୍ରୀକ୍ଷେତ୍ରକୁ ଛୁଟିଆସୁଛନ୍ତି ଶ୍ରଦ୍ଧାଳୁ । କାଳିଆକୁ ଦେଖିବା ପାଇଁ କେବଳ ରାଜ୍ୟ କିମ୍ବା ଦେଶରୁ ନୁହେଁ ବିଦେଶରୁ ବି ଭକ୍ତଙ୍କ ସମାଗମ ହେଉଛି । ତେବେ ଆଗକୁ ରହିଛି ଅଧରପଣା ନୀତି ଓ ସୁନାବେଶ, ଏହାକୁ ଦୃଷ୍ଟିରେ ରଖି ପୁରୀକୁ ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯାଇଛି ।

    ତୀର୍ଥଯାତ୍ରୀ ଓ ଭକ୍ତ ମାନଙ୍କର ସୁବିଧା ପାଇଁ ପୁରୀକୁ ନିୟମିତ ଟ୍ରେନ୍ ବ୍ୟତୀତ, ସୁନାବେଶ ପାଇଁ ୪୩ଟି ସ୍ୱତନ୍ତ୍ର ଟ୍ରେନ୍ ଏବଂ ଅଧରପଣା ପାଇଁ ୩୩ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଯାଉଛି। ପ୍ରଥମ ଥର ପାଇଁ ପୂର୍ବତଟ ରେଳପଥ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରୁ ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା କରି ଯାତ୍ରୀମାନଙ୍କୁ ତୀର୍ଥସ୍ଥାନ ପରିଦର୍ଶନ କରାଇବାରେ ସୁବିଧା ପ୍ରଦାନ କରିଛି।

    ପୂର୍ବତଟ ରେଳପଥ ପୁରୀରେ ରଥଯାତ୍ରା ମହୋତ୍ସବ ପାଇଁ ୩୧୫ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳର ଘୋଷଣା କରିଥିଲା। ଜୁଲାଇ ୫ରୁ ଜୁଲାଇ ୧୫ ମଧ୍ୟରେ ପୂର୍ବତଟ ରେଳପଥ ପୁରୀକୁ ଓ ପୁରୀ ଠାରୁ ଗୁଣ୍ଡିଚା ଯାତ୍ରା ଠାରୁ ବାହୁଡା ଯାତ୍ରା ମଧ୍ୟରେ ୨୩୯ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିସାରିଛି।

    ସୁନାବେଶ ପାଇଁ ପୂର୍ବତଟ ରେଳପଥ ପାରାଦୀପ, ଅନୁଗୁଳ, ଭଦ୍ରକ, ଜୁନାଗଡ଼ ରୋଡ୍, ଖୋର୍ଦ୍ଧା ରୋଡ୍, ଦଶପଲ୍ଲା, ସୋମପେଟା, ପଲାସା, କେନ୍ଦୁଝରଗଡ, ଗୁଣୁପୁର, ଜଗଦଳପୁର, ସୋନପୁର, ସମ୍ବଲପୁରରୁ ସ୍ୱତନ୍ତ୍ର ଟ୍ରେନ ଗୁଡିକ ପୁରୀକୁ ଚଳାଚଳ କରିବ। ସେହିଭଳି ପାରାଦୀପ, ଅନୁଗୁଳ, ଭଦ୍ରକ, ଦଶପଲ୍ଲା, ପଲାସା, କେନ୍ଦୁଝରଗଡ ଏବଂ ଖୋର୍ଦ୍ଧା ରୋଡରୁ ଟ୍ରେନ୍ ଗୁଡିକ ଅଧରପଣା ପାଇଁ ପୁରୀ ଅଭିମୁଖେ ଯାତ୍ରା କରିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.6 ° C
    30.6 °
    30.6 °
    51 %
    2.9kmh
    3 %
    Sun
    30 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ