Friday, March 27, 2026
29.9 C
Odisha

    ସୁନ୍ଦରଗଡ଼ରେ ପୁଣି ଗୁଳି ଫୁଟିଲା: ଗୁରୁତର ଯୁବକଙ୍କୁ ଡାକ୍ତରଖାନାରେ ଭର୍ତ୍ତି

    ଆଗକୁ ପଢନ୍ତୁ

    ସୁନ୍ଦରଗଡ଼ରେ ପୁଣି ଥରେ ଗୁଳିକାଣ୍ଡ ହୋଇଛି। ଭଷ୍ମା ଥାନା ଶରଧାପାଲିରେ ଜଣେ ଯୁବକ ଗୁଳିମାଡ଼ର ଶିକାର ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଭର୍ତ୍ତି କରାଯାଛି। ଗୁରୁତର ଯୁବକ ହେଲେ ସୂରଜ ପଟେଲ।  ସୂଚନା ଅନୁସାରେ ସୂରଜ ଆଜି ଅପରାହ୍‌ଣ ପ୍ରାୟ ୪ଟାରେ ଦର୍ଲିପାଲି ନିକଟ ବରୋବଗା ଆସପଣ୍ଡ ପାଖ ଏକ ଅଫିସରେ ବସିଥିବାବେଳେ ୮ଟି ବାଇକ୍‌ରେ ୨୦ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଆସିଥିଲେ। ଦୁର୍ବୃତ୍ତମାନେ  ସୂରଜଙ୍କୁ ପ୍ରଥମେ ବିଧା, ଗୋଇଠା ମାରିଥିଲେ। ପରେ ତାଙ୍କ ମୁଣ୍ଡକଁ ଲକ୍ଷ୍ଯ କରି ଗୁଳି ଚଳାଇଥିଲେ। ସେ ମୁଣ୍ଡ ବୁଲାଇ ଦେବାରୁ ଗୁଳି କାନ ପାଖ ଦେଇ ଚାଲି ଯାଇଥିଲା। ପରେପରେ ଆଉ ଥରେ ଗୁଳିମାଡ଼ କରିଥଲେ। ଗୁଳିମାଡ଼ ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

    ଏହି ଗୁଳିମାଡ଼ ଘଟଣା ସଂପର୍କରେ ଖବର ପାଇ ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂ ଡାକ୍ତରଖାନାରେ ପହଞ୍ଚି ସୂରଜଙ୍କ ସ୍ବାସ୍ଥ୍ୟବସ୍ଥା ବୁଝିବା ସହ ଜିଲ୍ଲାର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଓ ପୁଲିସର ନିଷ୍କ୍ରିୟତାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି।

    ସୂଚନାଯୋଗ୍ୟ ସୁନ୍ଦରଗଡ଼ରେ ଗୁଳିମାଡ଼ ଘଟଣା ନୂଆଁ ନୁହେଁ। ପୂର୍ବରୁ ମଧ୍ୟ ଏଠାରେ ଗୁଳିମାଡ଼ ଘଟଣା ଦେଖିବାକୁ ମିଳିଛି। ଗତ ୭ ତାରିଖ ଟାଉନ୍‌ଥାନା ସଂଲଗ୍ନ ଜେଡିଆର୍‌ ହୋଟେଲ୍ ପଛପଟେ ହୋଇଥିବା ଗୁଳିକାଣ୍ଡରେ ସୁନ୍ଦରଗଡ଼ ସୁନାରିପଡ଼ା ନିବାସୀ ରାଜ୍ ଯାଦବ (୨୫) ନାମକ ଯୁବକ ଗୁରୁତର ହୋଇଥିଲେ। ରାଜ୍ ହୋଟେଲ୍ ପଛପଟେ ଥିବା ଏକ ପୋଖରୀ ନିକଟରେ ବସିଥିବାବେଳେ ରାତି ୮ଟାରୁ ୮ଟା ୩୦ ମଧ୍ୟରେ କିଛି ଦୁର୍ବୃତ୍ତ ଆସି ତାଙ୍କ ଉପରକୁ ଗୁଳି ଚଳାଇ ଫେରାର ହୋଇ ଯାଇଥିଲେ। ଗୁଳିଟି ତାଙ୍କ ବାମ ଗୋଡ଼ରେ ବାଜି ରହି ଯାଇଥିଲା। ତାଙ୍କୁ ତୁରନ୍ତ ସୁନ୍ଦରଗଡ଼ ଡାକ୍ତରଖାନା ନିଆ ଯାଇଥିଲା। ପରେ ରାଉରକେଲା ସ୍ଥାନାନ୍ତର କରାଯାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    29.9 ° C
    29.9 °
    29.9 °
    36 %
    3.8kmh
    87 %
    Fri
    29 °
    Sat
    39 °
    Sun
    40 °
    Mon
    40 °
    Tue
    38 °

    ସମ୍ବନ୍ଧିତ