Wednesday, April 8, 2026
22.9 C
Odisha

    ସୁନ୍ଦରଗଡ଼ ସହରରୁ ହଟିଲା BNS ୧୬୩ ଧାରା

    ଆଗକୁ ପଢନ୍ତୁ

    ସୁନ୍ଦରଗଡ଼: ସୁନ୍ଦରଗଡ଼ରୁ ଟାଉନ ଥାନା ରିଜେଣ୍ଟ ମାର୍କେଟରେ ଗୋଷ୍ଠୀ ସଂଘର୍ଷ ଘଟଣା । ସୁନ୍ଦରଗଡ଼ ସହରରୁ ହଟିଲା BNS ୧୬୩ ଧାରା । ଶାନ୍ତି କମିଟି ବୈଠକ ପରେ ଜିଲ୍ଲାପାଳଙ୍କ ସୂଚନା । ସହରରେ ଇଣ୍ଟରନେଟ ସେବା ସ୍ବାଭାବିକ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗୋଷ୍ଠୀ ସଂଘର୍ଷ ପରେ ଗତକାଲି ଅଶାନ୍ତ ହୋଇପଡିଥିଲା ସୁନ୍ଦରଗଡ଼ । ବିଏନଏସ ୧୬୩ ଧାରା ଲାଗୁ, ୨୪ ଘଣ୍ଟା ପାଇଁ ଇଣ୍ଟରନେଟ ସେବା ବନ୍ଦ ରହିଥିଲା ।

    ସୁନ୍ଦରଗଡ଼ ରିଜେଣ୍ଟ ମାର୍କେଟରେ ଗତକାଲି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷରୁ ଉତ୍ତେଜନା ଦେଖାଦେଇଥିଲା । ଢେଲାପଥର ମାଡ଼ରେ ୧୨ ଜଣ ଆହତ ହୋଇଥିଲେ । ଉତ୍ତେଜନା ଲାଗି ରହିଥିବାରୁ ସମ୍ପୂର୍ଣ୍ଣ ସୁନ୍ଦରଗଡ଼ ସହରରେ BNS ୧୬୩ ଧାରା ଜାରି କରାଯାଇଥିଲା । ୨୪ ଘଣ୍ଟା ପାଇଁ ବନ୍ଦ ରହିଥିଲା ଇଣ୍ଟରନେଟ ସେବା । ଏସପି ଓ ଏସଡିପିଓ ପହଞ୍ଚି ଘଟଣାର ତଦନ୍ତ କରିବା ସହ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    22.9 ° C
    22.9 °
    22.9 °
    85 %
    1.8kmh
    18 %
    Wed
    38 °
    Thu
    37 °
    Fri
    39 °
    Sat
    39 °
    Sun
    40 °

    ସମ୍ବନ୍ଧିତ