Wednesday, June 11, 2025
28.3 C
Odisha

ସୁନ୍ଦରପଦା ଡବଲ ମର୍ଡର ଘଟଣା; ପୋଲିସକୁ ହତ୍ୟାକାଣ୍ଡର ଡେମୋ ଦେଖାଇଲେ ଅଭିଯୁକ୍ତ

ଆଗକୁ ପଢନ୍ତୁ

ଭୁବନେଶ୍ୱର ସୁନ୍ଦରପଦା ଅଞ୍ଚଳରେ ଡବଲ ମର୍ଡର ଘଟଣାରେ ସିନ ରିକ୍ରିଏସନ କଲା ପୋଲିସ । ଦୁଇ ଅଭିଯୁକ୍ତ ଗଣେଶ ମଲ୍ଲିକ ଓ ପ୍ରଦୀପ ମଲ୍ଲିକକୁ ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରିଏସନ କରାଯାଇଛି । ରଶ୍ମିରଂଜନ ସେଠୀ ଓ ସମ୍ୱିତ ରାଉତଙ୍କୁ କେମିତି ହତ୍ୟା କରିଥିଲେ ପୋଲିସକୁ ତାର ଡେମୋ ଦେଖାଇଛନ୍ତି ଅଭିଯୁକ୍ତ । ସୁନ୍ଦରପଦା ଅଞ୍ଚଳରେ ଭାଇଗିରି ଓ ପତିଆରା ଦେଖାଇବା ପାଇଁ ଏହି ହତ୍ୟାକାଣ୍ଡ ହୋଇଥିବା ଚର୍ଚ୍ଚା ହେଉଛି । ଏହା ପୂର୍ବରୁ ପୁରୀ ବସଷ୍ଟାଣ୍ଡରୁ ମିଳିଲା ଫେରାର ଅଭିଯୁକ୍ତର ବାଇକ। ପୁରୀ ବସଷ୍ଟାଣ୍ଡରେ ଅଭିଯୁକ୍ତଙ୍କ ବାଇକ ପାର୍କିଂ ହୋଇଥିବା ଦେଖିବାକୁ ମିଳିଛି । ପୋଲିସ ଗାଡ଼ିକୁ ଜବତ କରି ତଦନ୍ତ ଚଳାଇଛି । ଗତକାଲି ହତ୍ୟାକାଣ୍ଡ ସମୟର ସିସିଟିଭି ଦୃଶ୍ୟ ସାମ୍ନାକୁ ଆସିଥିଲା । ସିସିଟିଭି ଫୁଟେଜରେ ହତ୍ୟାକାଣ୍ଡ ଭିଆଇବା ପରେ ସିବିଜେଡ ବାଇକରେ ଦୁଇ ଅଭିଯୁକ୍ତ ଫେରାର ହେବାର ଚିତ୍ର ଦେଖିବାକୁ ମିଳିଥିଲା। ପୁରୀ ବସଷ୍ଟାଡିୟମରୁ ଜୱତ ହୋଇଥିବା ଗାଡ଼ିଟି ପ୍ରଦୀପ ମଲ୍ଲିକଙ୍କ ନାମରେ ଅଛି ।

ଅନ୍ୟାନ୍ୟ ଖବର

ପାଣିପାଗ

Odisha
overcast clouds
28.3 ° C
28.3 °
28.3 °
65 %
1.8kmh
98 %
Wed
28 °
Thu
33 °
Fri
38 °
Sat
37 °
Sun
39 °

ସମ୍ବନ୍ଧିତ