Monday, June 2, 2025
38.2 C
Odisha

ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ, ରୀତିନୀତି ବିନା ହିନ୍ଦୁ ବିବାହ ଅବୈଧ

ଆଗକୁ ପଢନ୍ତୁ

ନୂଆଦିଲ୍ଲୀ:ହିନ୍ଦୁ ବିବାହ ଏକ ସଂସ୍କାର। ଏହା ଏକ ଧାର୍ମିକ ଉତ୍ସବ ମଧ୍ୟ। ଏହା ନାଚିବା-ଗାଇବା କିମ୍ବା ଖାଇବା-ପିଇବାର କାର୍ଯ୍ୟକ୍ରମ ନୁହେଁ। ଏହା କୌଣସି ବ୍ୟାବସାୟିକ କାରବାର ମଧ୍ୟ ନୁହେଁ। ବିବାହ ହିନ୍ଦୁ ଆଇନ ଅନୁଯାୟୀ ହେବା ଉଚିତ। ଏଥିରେ ଥିବା ନିୟମ ରୀତିନୀତିକୁ କଡ଼ାକଡ଼ି ଭାବେ ପାଳନ କରାଯିବା ଉଚିତ। ରୀତିନୀତି ଏବଂ ପରମ୍ପରା ପାଳନ ନ କଲେ ପଞ୍ଜିକରଣ ହୋଇଥିଲେ ବି ବିବାହକୁ ବୈଧ କୁହାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ୨ ଜଣ ବ୍ୟାବସାୟିକ ପାଇଲଟ୍‌ଙ୍କ ଛାଡ଼ପତ୍ର ମାମଲାର ଶୁଣାଣି କରି ଜଷ୍ଟିସ ବିଭି ନାଗରତ୍ନା ଏବଂ ଅଗଷ୍ଟିନ ଜର୍ଜ ମସିହଙ୍କ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି। ଉଭୟ ପାଇଲଟଙ୍କ ବିବାହ ହିନ୍ଦୁ ରୀତିନୀତି ଅନୁଯାୟୀ ହୋଇ ନ ଥିଲା। ଭାରତୀୟ ସମାଜରେ ରୀତିନୀତି ଏବଂ ପରମ୍ପରା ଅନୁଯାୟୀ ବିବାହକୁ ଗୁରୁତ୍ବପୂର୍ଣ୍ଣ ମାନ୍ୟତା ଦିଆଯିବା ଉଚିତ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ଅନ୍ୟାନ୍ୟ ଖବର

ପାଣିପାଗ

Odisha
overcast clouds
38.2 ° C
38.2 °
38.2 °
25 %
3.8kmh
100 %
Mon
38 °
Tue
35 °
Wed
39 °
Thu
40 °
Fri
40 °

ସମ୍ବନ୍ଧିତ