Friday, March 27, 2026
31.5 C
Odisha

    ସୁଭଦ୍ରାକୁ ନେଇ ବଡ଼ ଅପଡେଟ୍‌, ଆସନ୍ତାକାଲି ଅନ୍ତର୍ଜାତୀୟ ମହିଳା ଦିବସରେ ଖାତାକୁ ଆସିବ ୫ ହଜାର ଟଙ୍କା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଆସନ୍ତାକାଲି ଅର୍ଥାତ ଅନ୍ତର୍ଜାତୀୟ ମହିଳା ଦିବସରେ ରାଜ୍ୟର ୧ କୋଟିରୁ ଅଧିକ ମହିଳାଙ୍କୁ ଖାତାକୁ ଆସିବାକୁ ଯାଉଛି ସୁଭଦ୍ରାର ୪ର୍ଥ କିସ୍ତି ଟଙ୍କା । ପୂର୍ବ ଘୋଷଣା ମୁତାବକ DBT ମାଧ୍ୟମରେ ୫ ହଜାର ଟଙ୍କା ଲେଖାଏ ପଠାଇବେ ସରକାର । ଏନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ୫ ହଜାର କୋଟିରୁ ଊର୍ଦ୍ଧ୍ବ ଟଙ୍କା ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଯିବ । ୨ ଲକ୍ଷ ୧୩ ହଜାର ନୂଆ ହିତାଧିକାରୀ ଟଙ୍କା ପାଇବେ । ସୁଭଦ୍ରା ହିତାଧିକାରୀଙ୍କ ତାଲିକା ବଦଳିବା ଏକ ନିରନ୍ତର ପ୍ରକ୍ରିୟା । ଯେଉଁମାନଙ୍କୁ ୨୧ ହେବ ସାମିଲ୍‌, ୬୦ ଟପିଲେ ପେନସନ୍‌ ଲିଷ୍ଟକୁ ଯିବେ ।

    ପୂର୍ବରୁ ୩ଟି କିସ୍ତିରେ ମୋଟ ୧୫ ହଜାର ଟଙ୍କା ଲେଖାଏଁ ପାଇସାରିଛନ୍ତି ରାଜ୍ୟର ୧ କୋଟିରୁ ଅଧିକ ମହିଳା । କିନ୍ତୁ ଅଯୋଗ୍ୟ ହିତାଧିକାରୀଙ୍କୁ ଏଥିରୁ ବାଦ୍ ଦେଇଛନ୍ତି ରାଜ୍ୟ ସରକାର । ଏହା ସହିତ ପୁନଶ୍ଚ ଭେରଫିକେସନ ବେଳେ ଯେଉଁମାନେ ଯୋଗ୍ୟ ଥିବା ଜଣାପଡିଥିଲା ସେମାନଙ୍କୁ ବି ଟଙ୍କା ପଠାଇଥିଲେ ସରକାର । ସେମାନେ ମଧ୍ୟ ୪ର୍ଥ କିସ୍ତି ଟଙ୍କା ପାଇବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    31.5 ° C
    31.5 °
    31.5 °
    26 %
    2.6kmh
    57 %
    Fri
    33 °
    Sat
    39 °
    Sun
    40 °
    Mon
    40 °
    Tue
    38 °

    ସମ୍ବନ୍ଧିତ