Thursday, April 2, 2026
25.4 C
Odisha

    ସୁଭଦ୍ରା ଯୋଜନା ଫର୍ମ ପାଇଁ ଟଙ୍କା ନେଉଥିଲେ ,ସ୍ବାମୀଙ୍କ ସ୍ତ୍ରୀଙ୍କ ସମେତ ୩ ଗିରଫ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ସୁଭଦ୍ରା ଯୋଜନା ଓ ଅନଲାଇନରେ ଜମା କରିବା ପାଇଁ କୌଣସି ଅର୍ଥ ଦେବାକୁ ପଡିବ ନାହିଁ ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ । କିନ୍ତୁ ନିଳାଦ୍ରୀବିହାର ଓ ସତ୍ୟନଗର ସ୍ଥିତ ୨ ଟି ଜନସେବା କେନ୍ଦ୍ରରେ ହିତାଧିକାରୀଙ୍କୁ ଟଙ୍କା ମାଗୁଥିଲେ । ଅଭିଯୋଗ ପରେ ଉକ୍ତ ଜନସେବା କେନ୍ଦ୍ରର ୩ କର୍ମଚାରୀଙ୍କୁ କମିଶନରେଟ ପୋଲିସ ଗିରଫ କରିଛି । ଏହି ମାମଲାରେ ଚନ୍ଦ୍ରଶେଖରପୁର ପୋଲିସ ସ୍ବାମୀ-ସ୍ତ୍ରୀ ଓ ଖାରବେଳ ନଗର ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନେ ହେଲେ ନୀଳାଦ୍ରୀବିହାର ଅଞ୍ଚଳର ଜନସେବା କେନ୍ଦ୍ର ଚଲାଉଥିବା ସସ୍ମିତା ଜେନା ଓ ତାଙ୍କ ସ୍ବାମୀ ରଞ୍ଜିତ ଜେନା ଅନ୍ୟ ଜଣେ ହେଲେ ସତ୍ୟନଗର ଅଞ୍ଚଳର ଜନସେବା କେନ୍ଦ୍ର କରିଥିବା ରତିକାନ୍ତ ସାହୁ । ତେବେ ରତିକାନ୍ତ ସୁଭଦ୍ରା ଫର୍ମ ବିତରଣ ପାଇଁ ଅନୁମତି ନପାଇ ଲୋକଙ୍କଠାରୁ ଟଙ୍କା ଆଦାୟ କରୁଥିଲେ ବୋଲି ଡିସିପି ପ୍ରତୀକ ସଂ ଖବରଦାତା ସମ୍ମିଳନୀ କରି କହିଛନ୍ତି । ସ୍ବର୍ଣ୍ଣ ମଞ୍ଜରୀ ବେହେରା ନାମୀ ଜଣେ ମହିଳା ହିତାଧିକାରୀ ନିଳାଦ୍ରୀବିହାର ସ୍ଥିତ ଜନଜେବା କେନ୍ଦ୍ରକୁ ଯାଇଥିଲେ। ସେଠାରେ ଜନସେବା କେନ୍ଦ୍ରରେ ବସିଥିବା ଅଭିଯୁକ୍ତା ସସ୍ମିତାଙ୍କୁ ସୁଭଦ୍ରା ଯୋଜନାର ଫର୍ମ ମାଗି ଅନଲାନରେ ପଞ୍ଜିକରଣ କରାଇଦେବାକୁ ମହିଳା ହିତାଧିକାରୀ ସ୍ବର୍ଣ୍ଣ ତାଙ୍କୁ କହିଥିଲେ। ଏହାପରେ ସସ୍ମିତା ୨୦୦ ଟଙ୍କା ସ୍ବର୍ଣ୍ଣଙ୍କୁ ମାଗିଥିଲେ। ଏନେଇ ସ୍ବର୍ଣ୍ଣ ସ୍ଥାନୀୟ ବିଏମସି ଅଫିସକୁ ଯାଇ ଜୋନ କମିଶନରଙ୍କୁ ଘଟଣା ସଂକ୍ରାନ୍ତରେ ଜଣାଇଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.4 ° C
    25.4 °
    25.4 °
    49 %
    1.5kmh
    0 %
    Thu
    40 °
    Fri
    41 °
    Sat
    39 °
    Sun
    38 °
    Mon
    34 °

    ସମ୍ବନ୍ଧିତ