Saturday, August 22, 2026
25.1 C
Odisha

    ସୁରକ୍ଷାକର୍ମୀଙ୍କୁ ବଡ ସଫଳତା : ଧରାପଡିଲେ ୧୬ ଜଣ ହାର୍ଡକୋର ମାଓବାଦୀ

    ଆଗକୁ ପଢନ୍ତୁ

    ମାଲକାନଗିରି   :  ସୁରକ୍ଷା କର୍ମୀଙ୍କ ଅପରେସନ ବେଳେ ଧରା ପଡିଲେ ୧୬ ଜଣ ହାର୍ଡକୋର ମାଓବାଦୀ । ମାଲକାନଗିରି ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାର ୩ଟି ଭିନ୍ନ ଭିନ୍ନ ଜଙ୍ଗଲରୁ ଯବାନମାନେ ଏହି ୧୬ ଜଣ ମାଓବାଦୀଙ୍କୁ ଧରିବାରେ ସଫଳ ହୋଇଛନ୍ତି । ଗାଙ୍ଗାଲୁର, ବାସାଗୁଡା ଏବଂ ଜାଙ୍ଗଲା ଜଙ୍ଗଲରେ ଏସ୍‌ଟିଏଫ୍, ଡିଆରଜି ଏବଂ ସିଆର୍‌ପିଏଫ୍ ଯବାନଙ୍କ କୁମ୍ବିଂ ଅପରେସନ ବେଳେ ୧୬ ଜଣ ମାଓବାଦୀ ଗିରଫ ହୋଇଥିବା ନେଇ ସୁଚନା ଦେଇଛନ୍ତି ବିଜାପୁର ଏସପି । ଏମାନେ ମାଓ ସଙ୍ଗଠନରେ ଦୀର୍ଘ ବର୍ଷ ଧରି ରହିବା ସହ ଅନେକ ହିଂସା କାଣ୍ଡରେ ସାମିଲ୍ ଅଛନ୍ତି । ଏମାନଙ୍କ ନିକଟରୁ ଅନେକ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ଯାହା ମଧ୍ୟରେ ରହିଛି ଆଇଇଡି,  ଟିଫିନ ବୋମା, କୋଡେକ୍ସ ତାର ଓ ଜିଲୋଟିନ ଷ୍ଟିକ୍ । ଅଧିକ ପଚରା ଉଚୁରା କରିବା ପରେ ଏମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ବିଜାପୁର ଏସପି ସୂଚନା ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.1 ° C
    25.1 °
    25.1 °
    93 %
    1.4kmh
    100 %
    Sat
    25 °
    Sun
    28 °
    Mon
    28 °
    Tue
    28 °
    Wed
    29 °

    ସମ୍ବନ୍ଧିତ