Monday, March 16, 2026
35.9 C
Odisha

    ସୁରକ୍ଷାବାହିନୀଙ୍କୁ ବଡ଼ ସଫଳତା, ୨ଆତଙ୍କୀ ନିହତ

    ଆଗକୁ ପଢନ୍ତୁ

    ଜମ୍ମୁ-କାଶ୍ମୀର  :  ସୁରକ୍ଷାବାହିନୀଙ୍କୁ ବଡ଼ ସଫଳତା ମିଳିଛି। ଜମ୍ମୁ-କାଶ୍ମୀରର କିସ୍ତୱାଡ ଜିଲ୍ଲାର ଏକ ଦୂର ଦୂରାନ୍ତ ଅଞ୍ଚଳରେ ଆଜି ସୁରକ୍ଷାବାହିନୀ ସହ ଏନକାଉଣ୍ଟରରେ ପାକିସ୍ତାନର ଜୈଶ-ଏ-ମହମ୍ମଦ ସହ ସଂପୃକ୍ତି ଦୁଇ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ସେନାର ସୂଚନା ଅନୁସାରେ ,ଆତଙ୍କବାଦୀ ଚଟରୁ ବେଲ୍ଟର ପାସେରକୁଟ ଅଞ୍ଚଳରେ ‘ତ୍ରାଶି-୧’ଅପରେସନ ବେଳେ ନିପାତ ହୋଇଛନ୍ତି ଏବଂ ତାଙ୍କ ପାଖରୁ ଅସ୍ତ୍ରଶସ୍ତ୍ର ଓ ଗୋଳା ବାରୁଦା ଜବତ କରାଯାଇଛି, ଯେଉଁଥିରେ ଦୁଇ ଏକେ-୪୭ ରାଇଫଲ ମଧ୍ୟ ସାମିଲ ଅଛି।

    ଜମ୍ମୁ-କାଶ୍ମୀର ପୁଲିସ , ଆଇବି (ଇଣ୍ଟେଲିଜେନ୍ସ ବ୍ୟୁରୋ) ଓ ନିଜର ଇଣ୍ଟେଲିଜେନ୍ସ ସୋର୍ସରୁ ମିଳିଥିବା ଭରସାଯୋଗ୍ୟ ଇଣ୍ଟେଲିଜେନ୍ସ ଇନପୁଟ ଆଧାରରେ , କିସ୍ତୱାଡ ଅଞ୍ଚଳରେ ଅପରେସନ ‘ତ୍ରାଶୀ-୧’ ଅନୁସାରେ ଏକ ସୁଚିନ୍ତିତ ମିଳିତ ଅପରେସନ ଆରମ୍ଭ କରାଯାଇଥିଲା। ଯାହାକି ଅଞ୍ଚଳରେ ଆକ୍ଟିଭ୍ ଆତଙ୍କବାଦୀଙ୍କୁ ଟ୍ରାକ୍ ଓ ନ୍ୟୁଟ୍ରଲାଇଜ୍ କରାଯାଇ ପାରିବ। ସେନାର ହ୍ୱାଇଟ୍ ନାଇଟ୍ କୋର୍ ଏକ୍ସରେ ଏକ ପୋଷ୍ଟରେ କହିଛି- ପ୍ରଥମେ ହୋଇଥିବା ସଫଳ କଣ୍ଟାକ୍ଟ ପରେ, ସିଆଇଏଫ୍ (କାଉଣ୍ଟର- ଇଣ୍ଟେଲିଜେନ୍ସ ଫୋର୍ସ) ଡେଲ୍ଟାର ପୁଲିସ ଓ ସିଆରପିଏଫ୍ ସହ ମିଶି ଆଜି ସକାଳେ ପାଖାପାଖି ୧୧ଟା ସମୟରେ ମୁସ୍କିଲ ଅଞ୍ଚଳରେ ଆତଙ୍କବାଦୀ ସହ ମୁହାଁମୁହିଁ ହୋଇ ଥିଲେ।

    ସେନାର କହିବାନୁସାରେ, ଟାକ୍ଟିକାଲ ସଠିକତା , ନିବିଘ୍ନ ସମନ୍ୱୟ ଓ ଦୃଢ ନିଷ୍ଠା ପ୍ରଦର୍ଶନ କରି ସୈନ୍ୟମାନେ ଏନକାଉଣ୍ଟର ସାଇଟ୍କୁ କବଜା କରି ନେଇଥିଲେ , ଯେଉଁଠି ଦୁଇ ଆତଙ୍କବାଦୀଙ୍କୁ ସଫଳତାପୂର୍ବକ ନ୍ୟଟ୍ରାଲାଇଜ୍ କରାଯାଇଥିଲା। ଆତଙ୍କବାଦୀ ପାହାଡ଼ ତଳେ ଥିବା ଏକ ମାଟି ଘରେ ଲୁଚି ରହିଥିଲେ। ଏକ ପାହାଡ଼ ଉପରେ ହମଲା କରାଗଲା ଏବଂ ନିକଟତର ହେଉଥିବା ସର୍ଚ୍ଚ ଦଳ ଉପରେ ଗୁଳି ଚଳାଇ ଥିଲେ , ଯେଉଁଥିରେ ଜୋରଦାର ଫାୟାରିଂ ହୋଇଥିଲା। ଅଧିକାରୀଙ୍କ କହିବାନୁସାରେ , ସଂପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଏବେ ବି ଜାରି ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    35.9 ° C
    35.9 °
    35.9 °
    20 %
    5.4kmh
    90 %
    Mon
    35 °
    Tue
    38 °
    Wed
    38 °
    Thu
    36 °
    Fri
    33 °

    ସମ୍ବନ୍ଧିତ