Saturday, September 5, 2026
30.8 C
Odisha

    ସେତୁ ଉପରୁ ଖସି ପଡିଲା କାର, ଅଳ୍ପକେ ବର୍ତିଲେ ୬ଜଣ

    ଆଗକୁ ପଢନ୍ତୁ

    ଯାଜପୁର : ଭାରସାମ୍ୟ ହରାଇ ସେତୁ ଉପରୁ ଖସି ପଡିଲା କାର । ଅଳ୍ପକେ ବର୍ତିଗଲେ ୬ଜଣ । ଯାଜପୁର ଜିଲ୍ଲା ବରୀ ବ୍ଲକ ରମ୍ପା ପଞ୍ଚାୟତକୁ ସଂଯୋଗ କରୁଥିବା ସେତୁ ଉପରେ ଘଟିଛି ଏହି ଅଘଟଣ । ଗତକାଲି ସନ୍ଧ୍ୟାରେ ଏକ କାର ଭାରସାମ୍ୟ ହରାଇ ସେତୁ ଉପରୁ ନାଳ ମଧ୍ୟକୁ ଖସି ପଡ଼ିଥିଲା । ଏହି କାରରେ ୬ଜଣ ଯାତ୍ରୀ ଥିଲେ । ତେବେ ସ୍ଥାନୀୟ ଗ୍ରାମବାସୀ ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ।

    ସୂଚନା ମୁତାବକ, କୁଆଖିଆ ଅଞ୍ଚଳରୁ କିଛି ଲୋକ ମାରୁତି ଏର୍ଟିଗା କାର ଯୋଗେ ରମ୍ପା ଗ୍ରାମ ସ୍ଥିତ ବନ୍ଧୁ ଘରକୁ ଆସୁଥିଲେ । ସେତୁ ନିକଟରେ କାରଟି ଭାରସାମ୍ୟ ହରାଇ ପାଣିକୁ ଖସି ପଡ଼ିଥିଲା । କାରଟି ପାଣିରେ ବୁଡ଼ୁଥିବା ଦେଖିବା ସ୍ଥାନୀୟ ଲୋକେ କାରରେ ଥିବା ୬ଜଣ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ । ତେବେ ସ୍ଥାନୀୟ ଲୋକଙ୍କ ଉଦ୍ୟମ ଯୋଗୁ ଏକ ବଡଧରଣର ଅଘଟଣରୁ ୬ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଖବର ପାଇ ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ଘଟଣାସ୍ଥଳରେ ପହଂଚି ନାଳ ଭିତରୁ କାରଟିକୁ ଉଦ୍ଧାର କରିଥିବା ଜଣାପଡିଛି ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    30.8 ° C
    30.8 °
    30.8 °
    64 %
    2.7kmh
    41 %
    Sat
    31 °
    Sun
    31 °
    Mon
    31 °
    Tue
    31 °
    Wed
    30 °

    ସମ୍ବନ୍ଧିତ