Wednesday, October 22, 2025
24.1 C
Odisha

    ସେନାରେ ଲେଫ୍ଟନାଣ୍ଟ କର୍ଣ୍ଣେଲ ହେଲେ ନୀରଜ ଚୋପ୍ରା, ରକ୍ଷାମନ୍ତ୍ରୀ ଏବଂ ସ୍ଥଳ ସେନା ମୁଖ୍ୟ କଲେ ସମ୍ମାନିତ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଅଲିମ୍ପିକ ପଦକ ବିଜେତା ତଥା ଜାଭେଲିନ ଥ୍ରୋ ଖେଳାଳି ନୀରଜ ଚୋପ୍ରାଙ୍କୁ ଲେଫ୍ଟନାଣ୍ଟ କର୍ଣ୍ଣେଲ ଉପାଧି ପ୍ରଦାନ କରାଯାଇଛି । କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଓ ସ୍ଥଳ ସେନା ଅଧ୍ୟକ୍ଷ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀଙ୍କ ଉପସ୍ଥିତିରେ ଭାରତୀୟ ସେନାରେ ସମ୍ମାନଜନକ ଲେଫ୍ଟନାଣ୍ଟ କର୍ଣ୍ଣେଲ ଉପାଧି ପ୍ରଦାନ କରାଯାଇଛି । ଆଜି ସାଉଥ ବ୍ଲକରେ ଅନୁଷ୍ଠିତ ପିପିଙ୍ଗ ସମାରୋହ ଅବସରରେ ଦୁଇଥର ଅଲିମ୍ପିକ ପଦକ ବିଜେତା ନୀରଜ ଚୋପ୍ରାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।ପିପିଙ୍ଗ ସମାରୋହରେ ନୀରଜଙ୍କୁ ଅଫିସିଆଲ ଭାବେ ନୂଆ ରାଙ୍କର ବ୍ୟାଜ୍ ଲଗାଯାଇଥିଲା । ଏହି ସମ୍ମାନ ତାଙ୍କୁ ଖେଳର ଉପଲବ୍ଧି ପାଇଁ ମିଳିଛି । ନୀରଜ କେବଳ ଜଣେ ଭଲ ଆଥଲେଟ ନୁହେଁ, ବରଂ ଭାରତୀୟ ସେନା ପାଇଁ ଜଣେ ସମର୍ପିତ ସୈନିକ ମଧ୍ୟ ।

    ରକ୍ଷାମନ୍ତ୍ରୀ କହିଛନ୍ତି, ନୀରଜ ଅନୁଶାସନ, ସମର୍ପଣ ଏବଂ ଦେଶଭକ୍ତିର ପ୍ରତୀକ । ସେ ଖେଳ ଜଗତ ଏବଂ ସେନା ଦୁଇଟିଯାକ ପାଇଁ ପ୍ରେରଣାଦାୟକ ।

    ଇଣ୍ଡିଆନ ଗେଜେଟ୍ ଅନୁସାରେ ଏହି ନିଯୁକ୍ତି ଏପ୍ରିଲ ୧୬ ତାରିଖରୁ ପ୍ରଭାବୀ ହୋଇଛି । ନିରଜ ୨୬ ଅଗଷ୍ଟ ୨୦୧୬ରେ ନାୟବ ସୁବେଦର ପଦବୀରେ ଜୁନିୟର କମିଶନଡ ଅଧିକାରୀ ରୂପେ ଭାରତୀୟ ସେନାରେ ଯୋଗ ଦେଇଥିଲେ । ୨ ବର୍ଷ ପରେ ଆଥଲେଟିକ୍ସରେ ତାଙ୍କ ପ୍ରଦର୍ଶନ ଲାଗି ତାଙ୍କୁ ଅର୍ଜ୍ଜୁନ ପୁରସ୍କାରରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହା ପରେ ୨୦୨୧ରେ କ୍ରିଡା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ଲାଗି ତାଙ୍କୁ ଖେଳ ରତ୍ନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    24.1 ° C
    24.1 °
    24.1 °
    81 %
    1.3kmh
    15 %
    Wed
    24 °
    Thu
    29 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ