Friday, September 5, 2025
28.3 C
Odisha

    ସେମି ଫାଇନାଲ ଦୌଡ଼ରୁ କଳିଙ୍ଗ ଲାନ୍ସର୍ସ ଓ ଦିଲ୍ଲୀ ପାଇପର୍ସ ବିଦା

    ଆଗକୁ ପଢନ୍ତୁ

    ରାଉରକେଲା: ନିଜ ନିଜ ଅନ୍ତିମ ମ୍ୟାଚ୍‌ରେ ପରାଜିତ ହୋଇ ବେଦାନ୍ତ କଳିଙ୍ଗ ଲାନ୍ସର୍ସ ଓ ଦିଲ୍ଲୀ ଏସ୍‌ଜି ପାଇପର୍ସ ସେମି ଫାଇନାଲର ଶୀର୍ଷ ୪ ଦୌଡ଼ରୁ ବାଦ୍‌ ପଡ଼ିଛନ୍ତି। ଓଡ଼ିଶା ୱାରିଅର୍ସ ୧୦ଟି ମ୍ୟାଚ୍‌ରୁ ୧୨ ପଏଣ୍ଟ୍‌ ସହ ପଏଣ୍ଟ୍‌ ଟେବୁଲରେ ଷଷ୍ଠ ଓ ଦିଲ୍ଲୀ ପାଇପର୍ସ ୧୦ଟି ମ୍ୟାଚ୍‌ରୁ ମାତ୍ର ୫ ପଏଣ୍ଟ୍‌ ସହ ଶେଷସ୍ଥାନରେ ରହିଛି।ଦ୍ବିତୀୟ ମ୍ୟାଚ୍‌ରେ ତାରକା ଖଚିତ ସୁର୍‌ମା ହକି କ୍ଲବ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ୫-୩ ଗୋଲରେ କଳିଙ୍ଗ ଲାନ୍ସର୍ସକୁ ହରାଇଛି। ସୁର୍‌ମା ପକ୍ଷରୁ ଅଧିନାୟକ ହର୍ମନପ୍ରୀତ ସିଂହ ୨ଟି ଗୋଲ(୩୨,୫୪), ପ୍ରଭଜୋତ ସିଂହ(୨୬), ନିକୋଲାସ କିନାନ(୩୩) ଓ ମନୀନ୍ଦର ସିଂହ ଗୋଟିଏ ଲେଖାଏ ଗୋଲ୍‌ଦେଇଥିବାବେଳେ ଲାନ୍ସର୍ସ ପକ୍ଷରୁ ଦିଲପ୍ରୀତ ସିଂହ(୫), ବ୍ରିଙ୍କମ୍ୟାନ ଥିଏରୀ(୪୪) ଓ ଗୁସାହିବଜିତ ସିଂହ(୫୬) ଗୋଟିଏ ଲେଖାଏ ଗୋଲ୍‌ ଦେଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    28.3 ° C
    28.3 °
    28.3 °
    79 %
    0.7kmh
    100 %
    Fri
    28 °
    Sat
    30 °
    Sun
    30 °
    Mon
    29 °
    Tue
    30 °

    ସମ୍ବନ୍ଧିତ