Friday, October 18, 2024
30.6 C
Odisha

    ସୋଆକୁ ମିଳିଲା ଇନ୍‌ଟରନ୍ୟାସ୍‌ନାଲ ହାୟର ଏଜୁକେସନ୍ ଏକ୍ସିଲେନ୍ସ ପୁରସ୍କାର

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଆରଟିଆଇ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ପକ୍ଷରୁ ଶିକ୍ଷା ଓ ଅନୁସନ୍ଧାନ ଡିମ୍‌ଡ ଟୁ ବି ବିଶ୍ୱବିଦ୍ୟାଳୟକୁ ୨୦୨୪ ନିମନ୍ତେ ଇନ୍‌ଟରନ୍ୟାସ୍‌ନାଲ୍ ହାୟର ଏଜୁକେସନ୍ ଏକ୍ସିଲେନ୍ସ ପୁରସ୍କାର ପ୍ରଦାନ କରାଯାଇଛି । ସେପ୍ଟେମ୍ବର ୨୮ ତାରିଖରେ ଇନ୍‌ଟରନ୍ୟାସ୍‌ନାଲ୍ ରାଇଟ ଟୁ ଇନ୍‌ଫର୍ମେସନ୍ ଦିବସ ଅବସରରେ ନୂଆଦିଲ୍ଲୀ ଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏହି ପୁରସ୍କାର ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସିକିମ୍‌ର ପୂର୍ବତନ ରାଜ୍ୟପାଳ ଡ. ବି.ପି. ସିଂହ, ପୂର୍ବତନ ଇନ୍‌ଫରମେସନ୍ କମିସନର ଶ୍ରୀ ସୁରେଶ ଚନ୍ଦ୍ର, କନ୍‌ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ୟୁନିଭର୍ସିଟିଜର ସଭାପତି ଡ. ପ୍ରିୟ ରଞ୍ଜନ ତ୍ରିବେଦୀ ଓ ଆରଟିଆଇ ବିଶେଷଜ୍ଞ ଡ. ନୀରଜ କୁମାର ଯୋଗ ଦେଇଥିଲେ । ଆରଟିଆଇ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ଶ୍ରୀ ମନୀଷ କୁମାର ଶେଖର ଏହି କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେଇଥିଳେ । ଏଥିରେ ସୋଆ ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କ ଓଏସ୍‌ଡି ଶ୍ରୀ ପ୍ରୀତମ ନାୟକ ମଧ୍ୟ ଉପସ୍ଥିତ ଥିଲେ

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    30.6 ° C
    30.6 °
    30.6 °
    64 %
    1.3kmh
    27 %
    Fri
    31 °
    Sat
    30 °
    Sun
    30 °
    Mon
    30 °
    Tue
    29 °

    ସମ୍ବନ୍ଧିତ