Sunday, March 22, 2026
32 C
Odisha

    ସୋଆ ଏସ୍‌ଏଚ୍‌ଏମ୍ ପକ୍ଷରୁ ‘ରେଣ୍ଡେଜଉସ୍ -୨୦୨୪’ପାଳିତ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ୩୧/୦୭: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟ (ଏସ୍‌ଏଚ୍‌ଏମ୍‌) ପକ୍ଷରୁ ବୁଧବାର ଦିନ ୧୨ତମ ବାର୍ଷିକ ଉତ୍ସବ ‘ରେଣ୍ଡେଜଉସ୍ -୨୦୨୪’ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ହୋଟେଲ ଆଣ୍ଡ ରେଷ୍ଟୁରାଂଟ ଆସୋସିଏସନ୍ (ଏଚ୍‌ଆର୍‌ଏଓ) ର ସେକ୍ରେଟାରୀ ଜେନେରାଲ୍ ଶ୍ରୀ ମିଲିନ୍ଦ ଗୁପ୍ତା ମୁଖ୍ୟ ଅତିଥି ଭାବରେ ଯୋଗଦେଇ କହିଥିଲେ ଯେ ଧୈର୍ଯ୍ୟ, ସଚ୍ଚୋଟତା ଓ କଠିନ ପରିଶ୍ରମ ମାଧ୍ୟମରେ ସବୁ କାର୍ଯ୍ୟ କରିବା ସମ୍ଭବପର ଅଟେ। ଏହି ତିନୋଟି ବିଷୟ ହସ୍ପିଟାଲିଟି ଶିକ୍ଷାର ମୁଖ୍ୟ ଆବଶ୍ୟକତା ବୋଲି ସେ କହିଥିଲେ।
    ସେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଂଜନ ନାୟକଙ୍କ ଅବଦାନକୁ ପ୍ରଶଂସା କରିବା ସହିତ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଏହି ଅବସରରେ ପାଇଁ ଶୁଭେଚ୍ଛା ଜଣାଇ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଆଇଟିସି ୱେଲକମ୍ ହୋଟେଲ, ଭୁବନେଶ୍ୱରର ଏଚ୍‌ଆର୍ ମ୍ୟାନେଜର ଶ୍ରୀ ଅନିର୍ବଣ ଗୁହା ହସ୍ପିଟାଲିଟି ଓ ମ୍ୟାନେଜମେଂଟ କ୍ଷେତ୍ରରେ ଧୈର୍ଯ୍ୟର ସହିତ କିପରି ନିଜର ଦାୟିତ୍ୱକୁ ତୁଲାଇବାକୁ ହେବ ସେ ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ବୁଝାଇଥିଲେ ।
    ସେହିପରି ଓଲିଉଡ୍ ର ଅଭିନେତ୍ରୀ ଶ୍ରୀମତି ନୈନା ଦାଶ ତିୱାରୀ ଓ ଅଭିନେତା ଶ୍ରୀ ପ୍ରୀତିରାଜ ଶତପଥୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟ (ଏସ୍‌ଏଚ୍‌ଏମ୍‌)ର ଡିନ୍ ପ୍ରଫେସର ସୁଶାନ୍ତ ରଞ୍ଜନ ଚଇନି ସ୍ୱାଗତ ଭାଷଣ ଦେଇଥିଲେ । ଏହି ବର୍ଷ ବାର୍ଷିକ ଉତ୍ସବର ଥିମ୍ ‘ପୂର୍ବାଂଚଳ ଏବଂ ସମୁଦ୍ର ବେଳାଭୂମି’ ରହିଛି । ଏସ୍‌ଏଚ୍‌ଏମ୍‌ର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏ ବିଷୟ ନେଇ ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା ଓ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରାଯାଇଥିଲା । ଶେଷରେ ଏସ୍‌ଏଚ୍‌ଏମ୍‌ର ପ୍ରଫେସର ସସ୍ମିତା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    32 ° C
    32 °
    32 °
    17 %
    4.1kmh
    4 %
    Sun
    33 °
    Mon
    34 °
    Tue
    37 °
    Wed
    38 °
    Thu
    40 °

    ସମ୍ବନ୍ଧିତ