Friday, March 27, 2026
31.5 C
Odisha

    ସୋର କୋର୍ଟ ମାଲଖାନା ଲୁଟ ଘଟଣା : ତିନି ଗିରଫ

    ଆଗକୁ ପଢନ୍ତୁ

    ସୋର : ବାଲେଶ୍ୱର ଜିଲ୍ଲା ସୋର କୋର୍ଟ ମାଲଖାନା ଲୁଟ ଘଟଣାରେ ସୋର ପୁଲିସ ଆଜି ୫୦୪ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି । ଯାହା ବଜାରରେ ଆନୁମାନିକ ମୂଲ୍ୟ ୫୦ ଲକ୍ଷ ଟାଙ୍କର ହେବ । ଏହା ସହିତ ୪ଟି ମୋବାଇଲ ପୁଲିସ ଜବତ କରିଛି । ବ୍ରାଉନସୁଗାର ରଖିବା ଅଭିଯୋଗରେ ପୁଲିସ ତିନି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ତିନି ଅଭିଯୁକ୍ତ ହେଲେ ମଙ୍ଗଳପୁର ରଘୁନାଥ ପୁର ଗ୍ରାମର ଲକ୍ଷ୍ମଣ ଦାସ, ଗଗନ ସାମଲ ଓ ଲକ୍ଷ୍ମୀଧର ଦାସ ।

    ଆଜି ଲକ୍ଷ୍ମଣ ଘରୁ ପୁଲିସ ବ୍ରାଉନ ସୁଗାର ଜବତ କରିଛି । ଗତ ଦୁଇ ତାରିଖ ଦିନ ସୋର କୋର୍ଟ ମାଲଖାନାରୁ ଲୁଟ ବ୍ରାଉନ ସୁଗାରକୁ ଅଭିଯୁକ୍ତମାନେ କିଣିଥିଲେ । ପୋଲିସ ଏହି ଘଟଣାରେ ୫ ଅଭିଯୁକ୍ତଙ୍କୁ ଗିରଫ କାରିବା ସହିତ ଏକ ପିସ୍ତଲ, ୨୫ ରାଉଣ୍ଡ ଗୁଳି, ସୁନା ରୂପା ଗହଣା ଜବତ କରିଥିଲା । ଘଟଣାରେ ଜଣେ ଅଭିଯୁକ୍ତ ବର୍ତ୍ତମାନ ସୁଦ୍ଧା ଫେରାର ରହିଛି । ବ୍ରାଉନ ସୁଗାର ଜବତ ଘଟଣାରେ ଆଇଆଇସି ମୁକୁନ୍ଦ ମୁରାରୀ ପାତ୍ର ଅଭିଯୋଗ କରିଥିବା ବେଳେ ତଦନ୍ତ କରି ଅଧିକରି ଏସଆଇ ସାଧୁସିଂ ଗାଗରାଇ ରହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    31.5 ° C
    31.5 °
    31.5 °
    26 %
    2.6kmh
    57 %
    Fri
    33 °
    Sat
    39 °
    Sun
    40 °
    Mon
    40 °
    Tue
    38 °

    ସମ୍ବନ୍ଧିତ