Thursday, April 2, 2026
33.8 C
Odisha

    ସୌରଭ ଗାଙ୍ଗୁଲିଙ୍କ ବାୟୋପିକ୍ ଫିଲ୍ମକୁ ମିଳିଲା ଟାଇଟଲ, ମୁଖ୍ୟ ଭୂମିକାରେ ନଜର ଆସିବେ ରାଜକୁମାର ରାଓ

    ଆଗକୁ ପଢନ୍ତୁ

    ମୁମ୍ବାଇ :  ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ବାୟୋପିକ୍ ଫିଲ୍ମ ଖୁବଶୀଘ୍ର ଆସିବାକୁ ଯାଉଛି । ଏହି ଫିଲ୍ମରେ ସୌରଭ ଗାଙ୍ଗୁଲିଙ୍କ ଭୂମିକାରେ ନଜର ଆସିବେ ରାଜକୁମାର ରାଓ । ଫିଲ୍ମର ନୂଆ ଟାଇଟଲ ଦାଦା ରହିଛି ।

    ସୌରଭ ଗାଙ୍ଗୁଲି ଭାରତୀୟ କ୍ରିକେଟ ଟିମ ଇତିହାସରେ ସବୁଠାରୁ ଶ୍ରେଷ୍ଠ ଅଧିନାୟକ ମଧ୍ୟରେ ଅନ୍ୟତମ । ସୌରଭ ଗାଙ୍ଗୁଲି ଟିମ ସହିତ ବ୍ୟକ୍ତିଗତ ଭାବେ ମଧ୍ୟ ଭଲ ବ୍ୟାଟିଂ ଏବଂ ଫିଲ୍ଡିଂ କରି ଫ୍ୟାନ୍ସଙ୍କୁ ଇମ୍ପ୍ରେସ୍ କରିଛନ୍ତି । ଏବେ କ୍ରିକେଟକରଙ୍କ ବାୟୋପିକରେ ରାଜକୁମାର ରାଓ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହାପୂର୍ବରୁ ରାଜକୁମାର ରାଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ସାହିଦ ଆଜମି ଭଳି ଭୂମିକାରେ ନଜର ଆସିଛନ୍ତି । ସାହିଦ ଆଜମିଙ୍କ ଭୂମିକା ପାଇଁ ତାଙ୍କୁ ନ୍ୟାସନାଲ ଆୱାର୍ଡରେ ମଧ୍ୟ ସମ୍ମାନିତ କରାଯାଇଛି ।

    ସୌରଭ ଗାଙ୍ଗୁଲି ନିଜର ବାୟୋପିକକୁ ନେଇ ବେଶ୍ ଉତ୍ସାହିତ ରହିଛନ୍ତି । ରାଜକୁମାର ରାଓ ଇନଷ୍ଟାରେ ଫିଲ୍ମର କିଛି ମୁହୂର୍ତ୍ତ ସେୟାର କରି ଲେଖିଛନ୍ତି, ଆରମ୍ଭ ହୋଇଗଲା, କେବଳ ଜଣେ ହିଁ ଦାଦା @souravganguly.’। ଫିଲ୍ମର ସୁଟିଂ ଆରମ୍ଭ ହୋଇଛି । ସମସ୍ତ ଫ୍ୟାନ୍ସ ଫିଲ୍ମକୁ ନେଇ ଉତ୍ସାହିତ ରହିଛନ୍ତି । ବିଭିନ୍ନ ଇଣ୍ଡଷ୍ଟ୍ରୀର ସେଲିବ୍ରିଟି ଶୁଭେଚ୍ଛା ଜଣାଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    33.8 ° C
    33.8 °
    33.8 °
    23 %
    3kmh
    97 %
    Thu
    33 °
    Fri
    40 °
    Sat
    38 °
    Sun
    36 °
    Mon
    39 °

    ସମ୍ବନ୍ଧିତ