ବାସୁଦେବପୁର : ଚଳନ୍ତା ସ୍କୁଲଗାଡ଼ିରୁ ଖସି ଛାତ୍ର ଗୁରୁତର । ଗୁରୁତର ଛାତ୍ର ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର ।
କଷିଆ ଥାନା ଅଧିନ ସାନକୄଷ୍ନପୁରରେ ଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନର ପଞ୍ଚମ ଶ୍ରେଣୀ ଛାତ୍ର ଜ୍ୟୋତିରଞ୍ଜନ ଦାସ ଶିକ୍ଷାନୁଷ୍ଠାନ ଗାଡିରେ ଯାଉଥିବା ସମୟରେ ଡୋର ଖୋଲିଯିବା କାରଣରୁ ତଳେ ପଡିଯାଇଥିଲେ । ପରେ ଶିକ୍ଷାନୁଷ୍ଠାନ ପକ୍ଷରୁ ଚିକିତ୍ସା ପାଇଁ ନିଆଯିବା ସହିତ ଗୁରୁତର ଛାତ୍ରଙ୍କ ପରିବାକୁ ଖବର ଦିଆଯାଇଥିଲା । ଶିକ୍ଷାନୁଷ୍ଠାନକୁ ସଂଯୋଗ କରୁଥିବା ରାସ୍ତାରେ ବେଆଇନ ଭାବେ ନିର୍ମିତ ହମ୍ପସ ପାଇଁ ବାରମ୍ବାର ଦୁର୍ଘଟଣା ଘଟୁଥିବା କାରଣରୁ ଜନ ଅସନ୍ତୋଷ ବୄଦ୍ଧି ପାଇଛି ।

