Saturday, August 22, 2026
24.2 C
Odisha

    ସ୍କୁଲରେ ତାଲା ପକାଇ ଧାରଣା ଦେଲେ ଅଭିଭାବକ, ଶିଶୁ ସେବିକା ନିଯୁକ୍ତିରେ ଅନିୟମିତତା ଅଭିଯୋଗ

    ଆଗକୁ ପଢନ୍ତୁ

    ବାଙ୍କୀ : ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିଶୁ ସେବିକା ନିଯୁକ୍ତିରେ ଅନିୟମିତତା ଅଭିଯୋଗ । ସ୍କୁଲରେ ତାଲା ପକାଇ ଧାରଣାରେ ବସିଲେ ସରପଞ୍ଚ ଓ ଅଭିଭାବକ। ବାଙ୍କୀ ଡମପଡ଼ା ବ୍ଲକ ନରଗାଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତାଲା ପକାଇଛନ୍ତି ସ୍ଥାନୀୟ ସରପଞ୍ଚ ଓ ଅଭିଭାବକ । ନିଯୁକ୍ତିରେ ଅନିୟମିତତା ଦର୍ଶାଇ ପୁନର୍ବାର ବିଚାର କରି ସଠିକ୍ ପ୍ରାର୍ଥୀଙ୍କୁ ନିଯୁକ୍ତି କରିବାକୁ ପୂର୍ବରୁ ଅଭିଯୋଗ କରିଥିଲେ । କେହି ନ ଶୁଣିବାରୁ ଆଜି ସ୍କୁଲ ଖୋଲିବା ବେଳକୁ ଶତାଧିକ ଗ୍ରାମବାସୀ ଏକାଠି ହୋଇ ଫାଟକରେ ତାଲା ପକାଇ ଧାରଣାରେ ବସିଥିଲେ । ନିଯୁକ୍ତି କୁ ବାତିଲ କରି ପୁନର୍ବାର ପରିଚାଲନା କମିଟିର ନିଷ୍ପତ୍ତି ଅନୁଯାୟୀ ସଠିକ୍ ଭାବେ ନିଯୁକ୍ତି ପ୍ରକ୍ରିୟା କରିବାକୁ ଦାବି କରିଛନ୍ତି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିଜର ସମ୍ପର୍କୀୟଙ୍କୁ ନିଯୁକ୍ତି କରାଇ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି । ଘଟଣା ସ୍ଥଳରେ ବାଙ୍କୀ ପୋଲିସ ପହଞ୍ଚିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24.2 ° C
    24.2 °
    24.2 °
    97 %
    1.2kmh
    100 %
    Sat
    24 °
    Sun
    29 °
    Mon
    26 °
    Tue
    26 °
    Wed
    30 °

    ସମ୍ବନ୍ଧିତ