Friday, October 2, 2026
30.6 C
Odisha

    ଏସି ସ୍ଲିପର ବସ୍ ଯାତ୍ରୀଙ୍କ ପାଇଁ ବଡ଼ ଖବର, ଏସି’ ବସ୍ ଭଡ଼ା ସ୍ଥିର କଲେ ସରକାର

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଏସି ସ୍ଲିପର ବସ୍ ଯାତ୍ରୀଙ୍କ ପାଇଁ ବଡ଼ ଖବର । ସୁପର ପ୍ରିମିୟମ ସ୍ଲିପର ଏସି’ ବସ୍ ଭଡ଼ା ସ୍ଥିର କଲେ ସରକାର । ଏଣିକି କିଲୋମିଟର ପିଛା ଦେବାକୁ ହେବ ୩.୫୦ ଟଙ୍କା । ଓଡ଼ିଶାରେ ଲମ୍ବା ଦୂରତା ଯାତ୍ରା କରୁଥିବା ବସ୍ ଯାତ୍ରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ରାଜ୍ୟ ସରକାର ପ୍ରଥମ ଥର ପାଇଁ ‘ସୁପର ପ୍ରିମିୟମ ଫୁଲି ସ୍ଲିପର ଏସି’ ବସ୍ ଶ୍ରେଣୀ ପାଇଁ ଏକ ନୂତନ ଭଡ଼ା ଗଠନ ନୋଟିଫିକେସନ୍ ଜାରି କରିଛନ୍ତି ।

    ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ, ଏହି ଅତ୍ୟାଧୁନିକ ପ୍ରିମିୟମ ସ୍ଲିପର ବସ୍ ଗୁଡ଼ିକ ପାଇଁ ସର୍ବାଧିକ ଭଡ଼ା କିଲୋମିଟର ପିଛା ୩ ଟଙ୍କା ୫୦ ପଇସା ଧାର୍ଯ୍ୟ କରାଯାଇଛି । ରାଜ୍ୟ ଭିତରେ ଚାଲୁଥିବା ସମସ୍ତ ସମ୍ପୂର୍ଣ୍ଣ ସ୍ଲିପର ଏସି କୋଚ୍ ପାଇଁ ଏହି ନୂଆ ନିୟମ ଲାଗୁ ହେବ। ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ଦ୍ୱାରା ଗଠିତ ଏକ ବୈଷୟିକ କମିଟି ର ସୁପାରିଶ ଆଧାରରେ ଏହି ଦର ନିର୍ଦ୍ଧାରଣ କରାଯାଇଛି ।

    ତେବେ ସାଧାରଣ , ଏକ୍ସପ୍ରେସ, ଡିଲକ୍ସ , ଏସି ଡିଲକ୍ସ ଏବଂ ସାଧାରଣ ସୁପର ପ୍ରିମିୟମ ବସ୍ ଗୁଡ଼ିକର ପୁରୁଣା ଭଡ଼ାରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଏହି ନିର୍ଦ୍ଦାରିତ ଦରରୁ କୌଣସି ବି ପରିସ୍ଥିତିରେ ଯାତ୍ରୀଙ୍କଠାରୁ ଅଧିକ ଟଙ୍କା ଆଦାୟ କରାଯାଇପାରିବ ନାହିଁ।

    ଯଦି କେହି ଏହାଠାରୁ ଅଧିକ ଭଡ଼ା ନିଅନ୍ତି, ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପରିବହନ ବିଭାଗର ପ୍ରମୁଖ ସଚିବ ଏନ୍.ବି.ଏସ୍. ରାଜପୁତଙ୍କ ସ୍ୱାକ୍ଷରରେ ଜାରି ହୋଇଥିବା ଏହି ନୂତନ ନିୟମ ଓଡ଼ିଶା ଗେଜେଟ୍ ରେ ପ୍ରକାଶ ପାଇବା ଦିନଠାରୁ ହିଁ ଲାଗୁ ହେବ। ଏହାଦ୍ୱାରା ପ୍ରାଇଭେଟ୍ ବସ୍ ଗୁଡ଼ିକ ଯାତ୍ରୀମାନଙ୍କଠାରୁ ମନମୁଖୀ ଭଡ଼ା ଆଦାୟ କରିପାରିବେ ନାହିଁ ଏବଂ ଯାତ୍ରୀମାନେ ଅତି ଆରାମଦାୟକ ସ୍ଲିପର ସେବା ଉଚିତ ମୂଲ୍ୟରେ ପାଇପାରିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    30.6 ° C
    30.6 °
    30.6 °
    57 %
    2.7kmh
    31 %
    Fri
    30 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ