Friday, April 3, 2026
36.1 C
Odisha

    ସ୍କୁଲରେ ନିଆଁ ଲାଗିବାରୁ ଆହତ ହେଲେ ପବନ କଲ୍ୟାଣଙ୍କ ପୁଅ, ଡାକ୍ତରଖାନାରେ ହେଲେ ଭର୍ତ୍ତି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣଙ୍କ ସାନ ପୁଅ ମାର୍କ ଶଙ୍କର ସିଙ୍ଗାପୁରର ଏକ ସ୍କୁଲରେ ଦୁର୍ଘଟଣାର ଶିକାର ହୋଇଛନ୍ତି। ସ୍କୁଲରେ ନିଆଁ ଲାଗି ଆହତ ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେ ସିଙ୍ଗାପୁରର ଏକ ସ୍କୁଲରେ ପାଠ ପଢ଼ନ୍ତି।  ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ ମାର୍କଙ୍କ ହାତ ଏବଂ ଗୋଡରେ ଆଘାତ ଲାଗିଛି ଏବଂ ଧୂଆଁ ଶରୀର ଭିତରକୁ ଯିବ‌ାରୁ ତାଙ୍କର ଶ୍ୱାସକ୍ରିୟାରେ ସମସ୍ୟା ଦେଖାଦେଇଛି।ସୂଚନା ମୁତାବକ, ପୁଅ ଆହତ ହେବା ସୂଚନା ପାଇବା ପରେ ପବନ କଲ୍ୟାଣ ତାଙ୍କର ସମସ୍ତ କାର୍ଯ୍ୟକ୍ରମ ବାତିଲ କରିଛନ୍ତି। ସେ ଖୁବ୍‌ଶୀଘ୍ର ବିଶାଖାପାଟଣାରୁ ସିଙ୍ଗାପୁର ଯାଇପାରନ୍ତି। ସେ ବର୍ତ୍ତମାନ ମଣ୍ୟମ୍, ଅଲୁରି ସୀତାରାମ ରାଜୁ ଜିଲ୍ଲାକୁ ଗସ୍ତ କରିଥିବା ବେଳେ ଗସ୍ତକୁ ଅଧାରେ ରଖି ତୁରନ୍ତ ସିଙ୍ଗାପୁର ଯିବାକୁ ତାଙ୍କୁ ଦଳୀୟ ବିଧାୟକ ପରାମର୍ଶ ଦେଇଛନ୍ତି।

    ୧୦ ଅକ୍ଟୋବର ୨୦୧୭ରେ ଜନ୍ମିତ ମାର୍କ ଶଙ୍କର ହେଉଛନ୍ତି ପବନ କଲ୍ୟାଣ ଏବଂ ତାଙ୍କ ପତ୍ନୀ ଆନ୍ନା ଲେଜନେଭାଙ୍କ ସାନ ପୁଅ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    36.1 ° C
    36.1 °
    36.1 °
    21 %
    2.5kmh
    0 %
    Fri
    40 °
    Sat
    39 °
    Sun
    38 °
    Mon
    38 °
    Tue
    39 °

    ସମ୍ବନ୍ଧିତ