Tuesday, April 7, 2026
24.4 C
Odisha

    ସ୍କ୍ରବ୍ ଟାଇଫସ୍‌ରେ ଡାଟା ଏଣ୍ଟ୍ରି ଅପରେଟରଙ୍କ ମୃତ୍ୟୁ

    ଆଗକୁ ପଢନ୍ତୁ

    ବୌଦ୍ଧ : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ଶିମିଳିପଦର ପେକ୍ସର ଡାଟା ଏଣ୍ଟ୍ରି ଅପରେଟର ଅଜିତ ସାହୁଙ୍କ ସ୍କ୍ରବ୍ ଟାଇଫସରେ ମୃତ୍ୟୁ ଘଟିଛି । ବରଗଡ଼ର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବାବେଳେ ବୁଧବାର ରାତି ସାଢେ ୧୨ଟାରେ ସେ ଆଖି ବୁଜିଥିଲେ । ଗୁରୁବାର ସକାଳେ ମୃତଦେହ ନିଜ ଗାଁ ପଥରଖଣ୍ଡିରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଶିମିଳପଦର ପେକ୍ସର ଚାଷୀଙ୍କ ନାମ ପଞ୍ଜୀକରଣ ପାଇଁ ସେ ଅନ୍ୟ କର୍ମଚାରୀଙ୍କ ସହ ମିଶି ଡିଜିଟାଲ ସର୍ଭେ କାର୍ଯ୍ୟରେ ସାମିଲ ହୋଇଥିଲେ । ଏହି ସମୟରେ ଅସୁସ୍ଥ ସତ୍ତ୍ୱେ ମଧ୍ୟ ଧାନ କ୍ଷେତ ବୁଲି ସର୍ଭେ କରୁଥିଲେ । ସର୍ଭେ କାର୍ଯ୍ୟ ସରିବା ପରେ ଅଧିକ ଅସୁସ୍ଥ ହେବାରୁ ପ୍ରଥମେ ସୋନପୁର ଡାକ୍ତରଖାନା ଯାଇଥିଲେ । ସେଠାରୁ ତାଙ୍କୁ ବଲାଙ୍ଗୀର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଅବସ୍ଥା ସଙ୍କଟାପନ୍ନ ହେବାରୁ ୩ଦିନ ତଳେ ବରଗଡ଼ସ୍ଥିତ ଏକ ଘରୋଇ ଡାକ୍ତରଖାନାକୁ ନିଆ ଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    24.4 ° C
    24.4 °
    24.4 °
    67 %
    0.7kmh
    25 %
    Tue
    36 °
    Wed
    38 °
    Thu
    38 °
    Fri
    38 °
    Sat
    37 °

    ସମ୍ବନ୍ଧିତ