Monday, August 11, 2025
31.1 C
Odisha

    ସ୍କ୍ରବ୍ ଟାଇଫସ୍‌ରେ ଡାଟା ଏଣ୍ଟ୍ରି ଅପରେଟରଙ୍କ ମୃତ୍ୟୁ

    ଆଗକୁ ପଢନ୍ତୁ

    ବୌଦ୍ଧ : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ଶିମିଳିପଦର ପେକ୍ସର ଡାଟା ଏଣ୍ଟ୍ରି ଅପରେଟର ଅଜିତ ସାହୁଙ୍କ ସ୍କ୍ରବ୍ ଟାଇଫସରେ ମୃତ୍ୟୁ ଘଟିଛି । ବରଗଡ଼ର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବାବେଳେ ବୁଧବାର ରାତି ସାଢେ ୧୨ଟାରେ ସେ ଆଖି ବୁଜିଥିଲେ । ଗୁରୁବାର ସକାଳେ ମୃତଦେହ ନିଜ ଗାଁ ପଥରଖଣ୍ଡିରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଶିମିଳପଦର ପେକ୍ସର ଚାଷୀଙ୍କ ନାମ ପଞ୍ଜୀକରଣ ପାଇଁ ସେ ଅନ୍ୟ କର୍ମଚାରୀଙ୍କ ସହ ମିଶି ଡିଜିଟାଲ ସର୍ଭେ କାର୍ଯ୍ୟରେ ସାମିଲ ହୋଇଥିଲେ । ଏହି ସମୟରେ ଅସୁସ୍ଥ ସତ୍ତ୍ୱେ ମଧ୍ୟ ଧାନ କ୍ଷେତ ବୁଲି ସର୍ଭେ କରୁଥିଲେ । ସର୍ଭେ କାର୍ଯ୍ୟ ସରିବା ପରେ ଅଧିକ ଅସୁସ୍ଥ ହେବାରୁ ପ୍ରଥମେ ସୋନପୁର ଡାକ୍ତରଖାନା ଯାଇଥିଲେ । ସେଠାରୁ ତାଙ୍କୁ ବଲାଙ୍ଗୀର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଅବସ୍ଥା ସଙ୍କଟାପନ୍ନ ହେବାରୁ ୩ଦିନ ତଳେ ବରଗଡ଼ସ୍ଥିତ ଏକ ଘରୋଇ ଡାକ୍ତରଖାନାକୁ ନିଆ ଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    31.1 ° C
    31.1 °
    31.1 °
    63 %
    1.4kmh
    98 %
    Mon
    31 °
    Tue
    33 °
    Wed
    31 °
    Thu
    28 °
    Fri
    29 °

    ସମ୍ବନ୍ଧିତ