Friday, April 3, 2026
33.6 C
Odisha

    ସ୍ତ୍ରୀ’କୁ ବାଡେଇ ବାଡେଇ ହତ୍ୟା କଲା ସ୍ୱାମୀ

    ଆଗକୁ ପଢନ୍ତୁ

    ସୋର: ପତ୍ନୀହନ୍ତା ପାଲଟିଲା ସ୍ୱାମୀ । ଟାଙ୍କେ ମଦ ପିଇ ଦେଇ ସ୍ତ୍ରୀକୁ ଏମିତି ବାଡ଼େଇଲା ଯେ ଜୀବନ ଚାଲିଗଲା । ପାରିବାରିକ କଳହର କରୁଣ ପରିଣତି । ଏବେ ଘଟଣାର ଛାନବିନ କରୁଛି ପୋଲିସ । ହଁ ଦର୍ଶକ ବନ୍ଧୁ, ଏ କୁଡ଼ିଆଟିକୁ ଟିକେ ଭଲ କରି ଦେଖନ୍ତୁ ଏ ଘରେ ଗୋଟେ ନିରୀହ ସ୍ତ୍ରୀକୁ ତା’ ସ୍ୱାମୀ ବାଡେଇ ବାଡ଼େଇ ମାରି ଦେଇଛି । ବିବାହ ଭଳି ପବିତ୍ର ସମ୍ପର୍କ ଆଜି ରକ୍ତାକ୍ତ ହୋଇ ଯାଇଛି । ସ୍ୱାମୀ ଭୁଲି ଯାଇଛି ବାହା ବେଦିରେ ଦେଇଥିବା ତାର ସବୁ ବଚନକୁ । ପୁଣି ଜଣେ ମଣିଷ ହିସାବରେ ମାନବିକତା ଭୁଲିଗଲା । ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ଗଡ଼ପୋଖରୀ ପଞ୍ଚାୟତ ଶରତ ଅଞ୍ଚଳରେ । ଏହି ଛୋଟ କୁଡ଼ିଆରେ ଦୀର୍ଘ ୮ ବର୍ଷ ଧରି ବାବୁଲା ତା ସ୍ତ୍ରୀ ମାଣିକ ଓ ପିଲାଙ୍କ ସହ ରହିଆସୁଥିଲା । ବାବୁଲା ଯେତିକି ରୋଜଗାର କରୁଥିଲା ସବୁ ମଦରେ ଉଡାଇ ଦେଉଥିଲା । ଆଉ ମଦ ନିଶାରେ ସବୁବେଳେ ବାବୁଲା ତା’ ସ୍ତ୍ରୀ ମାଣିକକୁ ମାରପିଟ କରୁଥିଲା । ସେହିଭଳି ଗତ ୪ ଦିନ ତଳେ ବାବୁଲା ମଦ ପିଇ ଘରକୁ ଆସିଥିଲା । ସ୍ତ୍ରୀ ମାଣିକ ସହ କୌଣସି କାରଣରୁ ଯୁକ୍ତିତର୍କ ହେବାରୁ ବାବୁଲା ରକ୍ତମୁଖା ହୋଇ ସ୍ତ୍ରୀକୁ ଏକ ବାଡ଼ିରେ ବାଡ଼େଇ ମାରିଦେଲା । ଆଉ ତା’ପରେ ସ୍ତ୍ରୀ ମରିଯାଇଥିବା ଜାଣି ଏକ ଜଙ୍ଗଲରେ ସ୍ତ୍ରୀ’କୁ ଫିଙ୍ଗି ଦେଇ ଫେରାର ହୋଇଯାଇଥିଲା ।ତେବେ ଘଟଣା ସମ୍ପର୍କରେ ସ୍ଥାନୀୟ ବାସିନ୍ଦାଙ୍କୁ ପଚରାଯିବାରୁ ସେ କହିଥିଲେ ସ୍ୱାମୀ ସ୍ତ୍ରୀ ଦୁହେଁ ଶ୍ରମିକ ଭାବେ କାମ କରନ୍ତି ଆଉ ଯାହା ରୋଜଗାର କରନ୍ତି ରାତିରେ ମଦ ପିଇ ଦେଇ ଘରେ ଗଣ୍ଡଗୋଳ କରନ୍ତି ।ତିନି ଚାରି ଦିନ ତଳେ କୌଣସି କାରଣରୁ ସ୍ୱାମୀ ସ୍ତ୍ରୀ’ଙ୍କ ମଧ୍ୟରେ ବଚସା ହୋଇଥିଲା ଆଉ ସେହି ବଚସା ଏତେ ଉଗ୍ର ରୂପ ନେବା ବୋଲି କେହି ଜାଣି ନଥିଲେ ।ପାଖ ଜଙ୍ଗଲରେ ଦୁର୍ଗନ୍ଧ ହେବାରୁ ସ୍ଥାନୀୟ ଲୋକ ଦେଖି ଖଇରା ପୋଲିସକୁ ଖବର ଦେଇଥିଲେ l ଖଇରା ଆଇଆଇସି ଶୁଚନ୍ଦ୍ର ମହାଳିକ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ ଚଳାଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    33.6 ° C
    33.6 °
    33.6 °
    23 %
    0.6kmh
    100 %
    Fri
    34 °
    Sat
    39 °
    Sun
    36 °
    Mon
    38 °
    Tue
    37 °

    ସମ୍ବନ୍ଧିତ