Wednesday, April 1, 2026
27.7 C
Odisha

    ସ୍ତ୍ରୀ ଗର୍ଭବତୀ ଥିଲେ କେମିତି ରଖିବେ ସମ୍ପର୍କ

    ଆଗକୁ ପଢନ୍ତୁ

    ବୈବାହିକ ଜୀବନରେ ସୁଖ ଦୁଃଖ, ପ୍ରମ, ଝଗଡା ଏସବୁ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱଭଳି । ପତି ପତ୍ନୀ ପାଖରେ ଥିଲେ କିଛି ନା କିଛି ବାହାନାରେ ଝଗଡା ହୁଏ । ଏହି ଝଗଡା ସେମାନଙ୍କ ଭଲପାଇବାକୁ ଆହୁରି ମଜଭୁତ କରେ । ପତ୍ନୀ ଜଣେ ଚାହାନ୍ତି ତାଙ୍କ ସ୍ୱାମୀ ତାଙ୍କ ପାଖେ ପାଖେ ରୁହନ୍ତି । ଖାସକରି ରାତି ସମୟରେ । ପତି, ପତ୍ନୀ ପାଇଁ ଶାରୀରିକ ସୁଖ ଠାରୁ ଆଉକିଛି ନାହିଁ । ଦୁହେଁ ପାଖେପାଖେ ଥିଲେ ସବୁଦିନ ଶାରୀରିକ ସମ୍ପର୍କ ରଖିବାକୁ ପସନ୍ଦ କରନ୍ତି । ତେବେ ଏଠାରେ ପ୍ରଶ୍ନ ଉଟେ ଯଦି ଜଣେ ସ୍ତ୍ରୀ ଗର୍ଭବତୀ ଥିବେ ତେବେ ସେତେବେଳ ସେକ୍ସ କରିବା ଉଚିତ୍ କି ନୁହେଁ । ଯହି ହଁ ତେବେ କେତେରୁ କେତେ ମାସ ପର୍ଯ୍ୟନ୍ତ ସେକ୍ସ କରିଲେ କୌଣସି କ୍ଷତି ହେବନାହିଁ। ତେବେ ଏ ସମ୍ପର୍କରେ ଡାରକ୍ତର କଣ କହୁଛନ୍ତି ଆସନ୍ତୁ ଜାଣିବା।
    ଡାକ୍ତରଙ୍କ କହିବା ଅନୁସାରେ ଗର୍ଭାବସ୍ଥାରେ ଯଦି ଜଣେ ସ୍ତ୍ରୀକୁ କୌଣସି କଠିନତା ନଥାଏ , ଯଦି ସେ ଏହା କରିବା ପାଇଁ ଫିଟ୍ ଥାଆନ୍ତି ତେବେ ସେକ୍ସ କଲେ କୌଣସି କ୍ଷତିନାହିଁ । ମହିଳାଙ୍କୁ ଏଥିରେ କୌଣସି ପ୍ରକାର ଇନଫେକସନ ହୁଏନାହିଁ। ଯଦି ମହିଳାଙ୍କୁ କୌଣସି ପ୍ରକାର ଅସୁବିଧା ଥାଏ ତେବେ ସେକ୍ସ କରନ୍ତୁନ ନାହିଁ । ସେକ୍ସ କରିବା ସମୟରେ ଧ୍ୟାନ ରଖିବାକୁ ହେବେ ଯେ ପତ୍ନୀଙ୍କ ପେଟ ଉପରେ ଅଧିକ ଚାପ ପକାଇବେ ନାହିଁ। ସେକ୍ସ କରିବା ସମୟରେ ଯଦି ପତ୍ନୀ ଅସୁସ୍ଥତା ଅନୁଭବ କରୁଛନ୍ତି, ଦେହ ବନ୍ଧା ହେଉଛି ଏବଂ ଅନ୍ୟ କିଛି ଅସୁବିଧା ହେଉଛି ତେବେ ତାଙ୍କୁ ବାଧ୍ୟ କରନ୍ତୁ ନାହିଁ । ସବୁଠାରୁ ବଡ କଥା ହେଲା ଗର୍ଭାବସ୍ଥାର ତିନିମାସ ପର୍ଯ୍ୟନ୍ତ ସେକ୍ସ କରନ୍ତୁନାହିଁ। ଗର୍ଭାବସ୍ଥାର 4ରୁ 8 ମାସ ପର୍ଯ୍ୟନ୍ତ ସେକ୍ସ କରିପାରିବେ ।

    କିନ୍ତୁ ସବୁବେଳେ ସେକ୍ସ କଲେ ପତ୍ନୀଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ପ୍ରଭାବ ପଡିପାରେ । ଧ୍ୟାନ ଦେବାକୁ ହେବ ଯେ ସେକ୍ଲ କଲାସମୟରେ ପତ୍ନୀଙ୍କ ଉପରେ ଅଧିକ ବଳ ପ୍ରୟୋଗ କରନ୍ତୁ ନାହିଁ । ଏହା ମଧ୍ୟରେ ଯଦି କୌଣସି ସମସ୍ୟା ସୃଷ୍ଟି ହୁଏ ତେବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ସେକ୍ସ କରିସାରିବା ପରେ ଉକ୍ତ ଜାଗାକୁ ଏକ ସଫା ଲୋଗା କିମ୍ବା ଟିସୁରେ ଭଲ ଭାବରେ ସଫା କରନ୍ତୁ । ଯେମିତି ପତ୍ନୀଙ୍କ ଠାରେ କୌଣସି ଇନଫେକସନ ନହୁଏ । ଧ୍ୟାନ ଦିଅନ୍ତୁ ଗର୍ଭାବସ୍ଥାରେ ଯଦି ସେକ୍ସ କରିବାକୁ ଚାହୁଁଛନ୍ତି ତେବେ ପ୍ରଥମେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.7 ° C
    27.7 °
    27.7 °
    49 %
    2.3kmh
    1 %
    Wed
    28 °
    Thu
    40 °
    Fri
    41 °
    Sat
    37 °
    Sun
    38 °

    ସମ୍ବନ୍ଧିତ