Sunday, April 12, 2026
25.2 C
Odisha

    ସ୍ଥିତି ଉପରେ ନଜର ରଖିଛି, ସମୟ ଆସିଲେ ଜବାବ ଦେବି: ପ୍ରଦୀପ ପାଣିଗ୍ରାହୀ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ସାଧାରଣ ନିର୍ବାଚନ ପୂର୍ବରୁ ‘ଲେଖା ଛିଣ୍ଡିବ’ କହି ଚର୍ଚ୍ଚାକୁ ଆସିଥିବା ସାଂସଦ ପ୍ରଦୀପ ପାଣିଗ୍ରାହୀ ଏବେ ପାଞ୍ଜି ଖୋଲିବେ ବୋଲି କହିଲେଣି। ସେ କେଉଁ ପାଞ୍ଜି ଖୋଲିବେ ଏବଂ ଏହା କେବେ ଖୋଲିବେ ଯଦିଓ ସ୍ପଷ୍ଟ ଭାବେ କହିନାହିଁ, ତଥାପି ଏତିକି ଅନୁମାନ କରାଯାଇ ପାରିବ ଯେ, ପୂର୍ବ ସରକାରରେ କିଛି ରହସ୍ୟ ରହିଛି, ଯାହା କି ସାଂସଦ ଶ୍ରୀ ପାଣିଗ୍ରାହୀ ଜାଣିଛନ୍ତି ବୋଧେ। ଟାଟା କମ୍ପାନିରେ ଚାକରି ନାଁରେ ଠକେଇ ମାମଲାରେ ସମସ୍ତ ୫ଟି ମାମଲାରୁ ନିର୍ଦ୍ଦେଶ ସାବ୍ୟସ୍ତ ହେଲା ପରେ ପ୍ରଦୀପ ପାଣିଗ୍ରାହୀ ଆଶ୍ବସ୍ତିଲାଭ କରିବା ସହିତ ଗଣମାଧ୍ୟମକୁ ଏଭଳି ପ୍ରତିକ୍ରିୟା ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପାଣିଗ୍ରାହୀ କହିଛନ୍ତି ଯେ, ମୋତେ କୋର୍ଟ ୫ଟି ମାମଲାରେ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି। ଏହା ଦ୍ବାରା ମୋର ପୁଅ-ଝିଅ ଓ ଗୋପାଳପୁର ଜନତାଙ୍କୁ ମଧ୍ୟ ଆଶ୍ବସ୍ତି ମିଳିଛି। ସେ କହିଛନ୍ତି ଯେ, ମୋତେ ‌ଷଡ଼ଯନ୍ତ୍ର କରି ଗିରଫ କରାଯାଇଥିଲା। ବିଜେଡିରୁ ବାହାର କରିଦିଆଯାଇଥିଲା। କିନ୍ତୁ ଓଡ଼ିଶାବାସୀ ବିଜେଡିକୁ ବାହାର କରିଦେ‌ଇଛନ୍ତି। ସମୟ ବଦଳିଯାଇଛି। ମୋ ବିରୋଧରେ ସେମାନେ ଜନବିରୋଧୀ ଅଭିଯୋଗ ଆଣିଥିଲେ। କିନ୍ତୁ ରାଜ୍ୟବାସୀ ତାଙ୍କୁ ଜନବିରୋଧୀ ବୋଲି ପ୍ରମାଣିତ କରିଦେଲେ।

    ଗଣତନ୍ତ୍ରିକ ଦେଶରେ ଯାହା ପାଖରେ ଲୋକ ଥାଆନ୍ତି ତାଙ୍କୁ ନେତା କୁହନ୍ତି। ବିଜେଡି ଶାସନରେ କିଛି ନିର୍ବାଚିତ ପ୍ରତିନିଧି ଟ୍ରାଫିକ ପରିଚାଳନା କରୁଥିଲେ। ନବୀନଙ୍କ ପଛରେ ଗୋଡେଇଲେ ନେତା ହୋଇପାରିବେ ନାହିଁ। ନେତା ହେବାକୁ ହେଲେ ଜନତାଙ୍କ ସହିତ ରହିବା ଦରକାର। ବିଜେଡି ଶେଷ ହୋଇଛି। ସମସ୍ତେ କେତେ ସ୍ବଚ୍ଛ, ତାହା ପର୍ଦ୍ଦାଫାସ କରିବି। ନିର୍ବାଚନ ପରେ ମୁଁ ସ୍ଥିତି ଉପରେ ନଜର ରଖିଛି। ସମୟ ଆସିଲେ ଜବାବ ଦେବି ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି।

    ସୂଚନାଯୋଗ୍ୟ, ଟାଟା କଂପାନିରେ ଚାକିରି ନାମରେ ଠକେଇ ମାମଲାରେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ ସବୁ ମାମଲାରେ ଦୋଷମୁକ୍ତ ହୋଇଛନ୍ତି। ଗତକାଲି ତାଙ୍କୁ ଦୁଇଟି ମାମଲାରେ ଦୋଷମୁକ୍ତ ଘୋଷଣା କରିଥିଲେ ନ୍ୟାୟାଳୟ। ଆଜି ତାଙ୍କୁ ଅନ୍ୟ ୩ଟି ମାମଲାରେ ଗ୍ରାମାଞ୍ଚଳ ଜେଏମଏଫସି କୋର୍ଟ ନିର୍ଦ୍ଦୋଷ ଦର୍ଶାଇଛନ୍ତି। ଏହାକୁ ସତ୍ୟର ବିଜୟ ବୋଲି କହିଛନ୍ତି ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ। ଏଣେ ଏହି ଖବର ପ୍ରଚାରିତ ହେବା ପରେ ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କ ସମର୍ଥକମାନେ ବାଣ ଫୁଟାଇ ଓ ମିଠା ବାଣ୍ଟି ଖୁସି ମନାଇଛନ୍ତି।

    ଟାଟା କମ୍ପାନିରେ ନିଯୁକ୍ତି ନାଁରେ ଟଙ୍କା ଠକେଇ ନେଇ ଗୋପାଳପୁରର ପୂର୍ବତନ ବିଧାୟକ ତଥା ବର୍ତ୍ତମାନର ବ୍ରହ୍ମପୁର ସାଂସଦ ପ୍ରଦୀପଙ୍କ ନାମରେ ଅଭିଯୋଗ ହୋଇଥିଲା। ପ୍ରଥମେ କ୍ରାଇମ୍ବ୍ରାଞ୍ଚ ନିକଟରେ ଅଭିଯୋଗ ପରେ କଟକ ସାଇବର୍ ଥାନାରେ ମାମଲା ରୁଜୁ ହୋଇଥିଲା। କ୍ରାଇମ୍ବ୍ରାଞ୍ଚ ଟିମ୍ ଗତ ୨୦୨୦ ନଭେମ୍ବରରେ ବ୍ରହ୍ମପୁର ଆସିଥିଲା। ତଦନ୍ତ ପରେ ପର୍ଯ୍ୟାୟ କ୍ରମେ ପ୍ରଦୀପଙ୍କ ନାମରେ ୫ଟି ଠକେଇ ମାମଲା ରୁଜୁ ହୋଇଥିଲା। ୪ଟି ମାମଲା ଗୋଳନ୍ଥରା ଥାନା (ଜିଆର୍ ନମ୍ବର-୨୨୨୫/୨୦, ୨୨୬୮/୨୦, ୬୨/୨୧, ୬୭୮/୨୧)ରେ ରୁଜୁ ହୋଇଥିବା ବେଳେ ଗୋଟିଏ ବୈଦ୍ୟନାଥପୁର ଥାନା (ଜିଆର୍ ନମ୍ବର-୫୧୧/୨୧)ରେ ରୁଜୁ ହୋଇଥିଲା। ସମସ୍ତ ମାମଲାର ଚାର୍ଜଫ୍ରେମ୍ ସରିବା ପରେ ଆଜିଠାରୁ ବିଚାରଣା ଆରମ୍ଭ ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.2 ° C
    25.2 °
    25.2 °
    17 %
    1.7kmh
    0 %
    Sat
    25 °
    Sun
    40 °
    Mon
    41 °
    Tue
    42 °
    Wed
    44 °

    ସମ୍ବନ୍ଧିତ