Friday, March 13, 2026
24.5 C
Odisha

    ସ୍ନାତକ(+୩) ରେ ୯୦ ହଜାର ଆସନ ଖାଲି

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ଶିକ୍ଷାନୁଷ୍ଠାନରେ ସ୍ନାତକ(+୩) ନାମଲେଖା ଗତକାଲି ଶେଷ ହୋଇଛି। +୨ ଇନ୍‌ଷ୍ଟାଣ୍ଟ ପରୀକ୍ଷା ଫଳ ପ୍ରକାଶ ପାଇଥିବାବେଳେ ଖୁବ୍‌ଶୀଘ୍ର +୩ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। ଫଳରେ ଇନ୍‌ଷ୍ଟାଣ୍ଟ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ନାମଲେଖା ସୁଯୋଗ ପାଇବେ। ସ୍ନାତକ(+୩)ରେ ମୋଟ ୨,୭୪, ୧୫୩ ଆସନ ଥିଲା। ପ୍ରଥମ ପର୍ଯ୍ୟାୟରେ ମୋଟ ୧ ଲକ୍ଷ ୮୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି। ୧୦୫୩ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ମୋଟ ୯୦ ହଜାରରୁ ଅଧିକ ଆସନ ଖାଲି ରହିଛି। ଆଜି ଥିଲା ତତ୍କାଳ ନାମଲେଖାର ଅନ୍ତିମ ଅବଧି। କଳାରେ ସର୍ବାଧିକ ୧ ଲକ୍ଷ ୧୩ ହଜାର ୯୬୮ ଛାତ୍ରଛାତ୍ରୀ ନାମଲେଖାଇଥିବାବେଳେ ସଂସ୍କୃତରେ ସର୍ବନିମ୍ନ ୩ ହଜାର ୧୯୮ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି। ଦ୍ବିତୀୟ ପର୍ଯ୍ୟାୟ ନାମଲେଖା‌ର ଛାତ୍ରଛାତ୍ରୀଙ୍କୁ କୌଣସି ସଂରକ୍ଷଣ ମିଳିବ ନାହିଁ। ଦ୍ବିତୀୟ ପର୍ଯ୍ୟାୟରେ ଖାଲି ଆସନରେ ଗୋଟିଏ ଥର ତତ୍କାଳ ନାମଲେଖା ଅନୁଷ୍ଠିତ ହେବ। +୨ ମାର୍କ ଆଧାରରେ ମେଧା ତାଲିକା ପ୍ରକାଶ ପାଇବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.5 ° C
    24.5 °
    24.5 °
    48 %
    2.4kmh
    0 %
    Fri
    25 °
    Sat
    39 °
    Sun
    39 °
    Mon
    37 °
    Tue
    38 °

    ସମ୍ବନ୍ଧିତ