Saturday, March 7, 2026
34.5 C
Odisha

    ସ୍ନାନ ସାରି ଫେରୁଥିବା ବେଳେ ଭିଡ଼ ଭିତରେ ଚାପି ହୋଇ ମୋ ସ୍ତ୍ରୀର ଉଡ଼ିଗଲା ପ୍ରାଣବାୟୁ

    ଆଗକୁ ପଢନ୍ତୁ

    ପ୍ରୟାଗରାଜ: ପ୍ରୟାଗରାଜରେ ଆରମ୍ଭ ହୋଇଥିବା ମହାକୁମ୍ଭ ମେଳାରେ ସାଧୁ, ସନ୍ଥ ଓ ଲୋକଙ୍କ ପ୍ରବଳ ଗହଳି ଜମୁଛି। ଗତ ମଙ୍ଗଳବାର ରାତିରେ ଏହି ଗହଳି ଏତେ ମାତ୍ରାରେ ବଢ଼ି ଯାଇଥିଲା ଯେ ଦଳାଚକଟା ପରିସ୍ଥିତି ଉପୁଜିଥିଲା। ଏହି ଦଳାଚକଟାରେ ଏଯାଏଁ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଛନ୍ତି ।

    କୁମ୍ଭମେଳାରେ ସୃଷ୍ଟି ହୋଇଥିବା ଦଳାଚକଟା ପରିସ୍ଥିତରେ ସ୍ତ୍ରୀକୁ ହରାଇ ଦେଇଥିବା ଫୁଲଚନ୍ଦ ବିଶ୍ବକର୍ମା କହିଛନ୍ତି, ‘ଆମେ ଗଙ୍ଗାସ୍ନାନ କରି ବାହାରୁଥିବା ବେଳେ ଦେଖିଲୁ ଲୋକଙ୍କ ଭିଡ଼ ମାଡ଼ି ଆସୁଛି। ଯିଏ ଯାହା ଉପରେ ପାରିଲା ଚଢ଼ିକି ଚାଲିଗଲା।

    ଏହି ସମୟରେ ମୋ ସ୍ତ୍ରୀ ଭାରସାମ୍ୟ ହରାଇ ତଳେ ପଡ଼ି ଯାଇଥିଲା। ମୁଁ ତାକୁ ଚେଷ୍ଟା କରିବି ଭିଡ଼ ଭିତରୁ ଉଦ୍ଧାର କରି ପାରି ନଥିଲା। ଭିଡ଼ ଥମିଯିବା ପରେ ମୋ ସ୍ତ୍ରୀ ଆମ ସମସ୍ତଙ୍କୁ ପରକରି କୁମ୍ଭମେଳାରେ ସବୁଦିନ ପାଇଁ ଆଖିବୁଜି ଦେଇଥିଲା। ଏ ଦୁଃଖ ବିଷୟରେ ଆଉ କ’ଣ କହିବି ଆଜ୍ଞା।’

    ବିହାରର ଔରଙ୍ଗାବାଦର ବାସିନ୍ଦା ସୁରଜ ଯାଦବ କହିଛନ୍ତି, ‘ ଆମେ ୧୨ରୁ ୧୩ ଜଣ ମିଶି ଗଙ୍ଗା ସ୍ନାନ ପାଇଁ ଯାଇଥିଲି। ସ୍ନାନ ସମୟରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ଦଳାଚକଟାରେ ମୋର ମା’ଙ୍କ ପ୍ରାଣବାୟୁ ଉଡ଼ି ଯାଇଛି।।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    34.5 ° C
    34.5 °
    34.5 °
    23 %
    3kmh
    0 %
    Sat
    35 °
    Sun
    37 °
    Mon
    37 °
    Tue
    39 °
    Wed
    40 °

    ସମ୍ବନ୍ଧିତ